Breaking; ବାତ୍ୟାକୁ ନେଇ ବଡ ଖବର, ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ !

ଭୁବନେଶ୍ବର:  ମାଡି ଆସୁଛି ଭୀଷଣ ବାତ୍ୟା । ଅବପାତ ଆଜି ବାତ୍ୟାର ରୂପ ନେଇଥିବା ବେଳେ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ସେନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥିବା ବେଳେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ବର୍ତ୍ତମାନ ବଡ ଅପଡେଟ୍ ଦେଇଛନ୍ତି । ଭିତରକନିକା-ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବା ନେଇ ସେ କହିଛନ୍ତି ।

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ବାତ୍ୟା ଦାନା 6ଘଣ୍ଟା ହେବ ଘଣ୍ଟାପ୍ରତି 15 କିମି ବେଗରେ ଗତି କରୁଛି । 24 ତାରିଖ ରାତି କିମ୍ବା 25 ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ଅତିକ୍ରମ କରିବା ନେଇ ସୂଚନା ରହିଛି । ତେବେ ଏହି ସମୟରେ ପବନର ବେଗ 100ରୁ 120 ଭିତରେ ରହିବା ନେଇ ଅନୁମାନ କରାଯାଉଛି । ତେବେ ବାତ୍ୟା ଦାନା ପାଇଁ ଧାମରା ଏବଂ ପୁରୀ ବନ୍ଦରକୁ 4 ନଂ ବିପଦ ସଙ୍କେତ ଦିଆଯାଇଛି । ବର୍ତ୍ତମାନ ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୨୦ କିଲୋମିଟ ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ କେନ୍ଦ୍ରୀଭୂତ ରହିଛି ଡିପ୍ ଡିପ୍ରେସନ୍ । ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ଗୋପାଳପୁର, ପାରାଦ୍ବୀପ ଏବଂ ଧାମରା ବିମାନବନ୍ଦରକୁ 1 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ତେବେ ମେରାଇନ ପୋଲିସ ଡାକବାଜିରେ ସଚେତନ କରାଇଥିବା ବେଳେ ମତ୍ସଜୀବୀଙ୍କୁ ସମୁଦ୍ରକୁ ନଆସିବା ପାଇଁ ବାରଣ କରାଯାଇଛି ।