ପ୍ରିୟଙ୍କା ଗାନ୍ଧୀଙ୍କୁ ଖୁସିରେ କୁଣ୍ଢାଇଲେ ବୃଦ୍ଧା…ଉପହାରରେ ଦେଲେ ମାଳା, ସାମ୍ନାକୁ ଆସିଲା ଭାବୁକ ଭିଡିଓ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେରଲର ୱାୟନାଡ୍ ଆସନ ଛାଡ଼ିବା ପରେ କଂଗ୍ରେସ ଉପନିର୍ବାଚନରେ ଦଳର ମହାସଚିତ ପ୍ରିୟଙ୍କା ଗାନ୍ଧୀଙ୍କୁ ମଇଦାନକୁ ଓହ୍ଲାଇଛି । ଏହା ପରେ ପ୍ରିୟଙ୍କା ୱାୟନାଡ଼ରେ ସକ୍ରିୟ ହୋଇଛନ୍ତି । ଏଥିମଧ୍ୟରେ ତାଙ୍କର ଏକ ହୃଦୟସ୍ୱର୍ଶୀ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି କି ସେ ୱାୟନାଡ୍ ସ୍ଥିତ ପୂର୍ବତନ ସୈନିକଙ୍କ ଘରେ ତାଙ୍କ ମାଆଙ୍କୁ ଭେଟିଥିଲେ । ସୈନିକଙ୍କ ବୟସ୍କ ମାଆ ପ୍ରିୟଙ୍କାଙ୍କୁୁ ତାଙ୍କ ଘରେ ଦେଖି ବହୁତ ଖୁସି ହୋଇଯାଇଥିଲେ । ସେ ପ୍ରିୟଙ୍କାଙ୍କୁ ଏକ ନିଆରା ଉପହାର ମଧ୍ୟ ଦେଇଥିଲେ । ବର୍ତ୍ତମାନ ଏହି ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାସ୍ତବାରେ ମଙ୍ଗଳବାର ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ୍ ସ୍ଥିତ ସ୍ଥାନୀୟ ପରିବାରଙ୍କୁ ଭେଟିଥିଲେ । ମହିସୂରରୁ ସୁଲତାନ ବାଥରୀ ଯିବା ମାର୍ଗରେ ସ୍ଥାନୀୟ ଲୋକମାନେ ତାଙ୍କର ସ୍ୱାଗତ କରିଥିଲେ । ଏହି ସମୟରେ ଏକ ପୂର୍ବତନ ସୈନିକଙ୍କୁ ଭେଟିଥିଲେ । ତାଙ୍କ ବୟସ୍କ ମାଆ ରୋଗାଗ୍ରସ୍ତ ଥିବା ସମୟରେ ବି ପ୍ରିୟଙ୍କାଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ପ୍ରିୟଙ୍କା ତାଙ୍କୁ ବ୍ୟକ୍ତିଗତ ଭାବେ ଥରୁଟିଏ ଦେଖା କରନ୍ତୁ ବୋଲି ତାଙ୍କର ଇଚ୍ଛା ଥିଲା । ପୂର୍ବତନ ସୈନିକଙ୍କ କଥାରୁ ପ୍ର୍ରିୟଙ୍କା ପ୍ରଭାବିତ ହୋଇଥିଲେ । ଏହା ପରେ ସେ ତାଙ୍କ ଘରକୁ ଯିବା ପାଇଁ ନଷ୍ପତ୍ତି ନେଇଥିଲେ । ପୂର୍ବତନ ସୈନିକଙ୍କ ମାଆ ତାଙ୍କ ଆଖି ସାମ୍ନାରେ ପ୍ରିୟଙ୍କାଙ୍କୁ ଦେଇ ଭାବୁକ ହୋଇଯାଇଥିଲେ । ତାଙ୍କୁ ଖୁସିରେ କୁଣ୍ଢାଇ ଥିଲେ । ଏହା ସହ ତାଙ୍କୁ ଆଶୀର୍ବାଦ ସ୍ୱରୂପ ଏକ ମାଳା ଉପହାର ଦେଇଥିଲେ ।