ମହିଳାଙ୍କ କ୍ଷେତ୍ରରେ ଘାତକ ହେଉଛି ଏମପକ୍ସର ନୂଆ ଭାରିଆଣ୍ଟ, ହୁ ଦେଲା ସୂଚନା

ନୂଆଦିଲ୍ଲୀ: ମଙ୍କିପକ୍ସର ନୂଆ ଷ୍ଟ୍ରେନକୁ ନେଇ ୱାର୍ଲ୍ଡ ହେଲ୍ଥ ଅରଗାନାଇଜେନର ଚିନ୍ତା । ଏମପକ୍ସ ଭୂତାଣୁ ଜନିତ ରୋଗ । ଏହା ଆନ୍ଥୋପକ୍ସ ଭୁତାଣୁର ଏକ ପ୍ରଜାତି । ହୁ କହିଛି, ନୂଆ ଏମପକ୍ସ ଛୋଟ ଝିଅ ଓ ଯୁବା ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଛି । ଆଗରୁ କଙ୍ଗୋରେ ଏହି ଷ୍ଟ୍ରେନ ଶହ ଶହ ପିଲାଙ୍କ ମୃତ୍ୟୁର କାରଣ ହୋଇଥିଲା ।

ନୂଆ ଏକ ଅଧ୍ୟୟନରୁ ଜଣାପଡିଥି କି, କଙ୍ଗୋରୁ ତାର ପଡୋଶୀ ଦେଶକୁ ଏହି ଘାତକ ଏମପକ୍ସ ଷ୍ଟ୍ରେନ ବ୍ୟାପୁଥିବା ବେଳେ ଏହା ଝିଅ ଓ ଯୁବା ମହିଳାଙ୍କ ପାଇଁ ଅଧିକ ଭୟଙ୍କର ହେବାକୁ ଯାଉଛି । ବ୍ଲୁମବର୍ଗ ରିପୋର୍ଟ ମୁତାବକ, ଏହି ଦୁଇ ବର୍ଗର ମହିଳା ଏମପକ୍ସରୁ ସୃଷ୍ଟି ହୋଇଥିବା ଭୂତାଣୁର ଏକ ଭାରିଆଣ୍ଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରନ୍ତି । ଏହି ଭାରିଆଣ୍ଟକୁ ନେଇ ୟୁରୋସର୍ଭିଲାନ୍ସ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି କି, ପୂର୍ବ କଙ୍ଗୋର ବୁରୁଡିରୁ ୧୫୪ ଲୋକଙ୍କ ଏମପକ୍ସ ଟେଷ୍ଟ ହୋଇଥିଲା । ୩ ଜୁଲାଇରୁ ୯ ସେପ୍ଟେମ୍ବର ଯାଏଁ ହୋଇଥିବା ୧୫୪ ମାମଲାରେ ହାରାହାରି ୯.୫ ବର୍ଷ ମଧ୍ୟରେ ସମସ୍ତେ ଥିଲେ ।

ରିପୋର୍ଟ ମୁତାବକ, ସଂକ୍ରମିତ ସଂକ୍ରମିତ ଝିଅଙ୍କ ବୟସ ସୀମା ହାରାହାରି୯ ବର୍ଷ ଥିଲା, ଯେତେବେଳେ କି, ପୁଅଙ୍କ ବୟସ ହାରାହାରି ୧୭.୫ ବର୍ଷ ଥିଲା । ୨୫୪ ରୋଗିଙ୍କ ଏନାଲିସିସ ହୋଇଥିଲା । ଏଥିରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବହୁତ ବଡ ଅନ୍ତର ମିଳିଥିଲା । ରୋଗ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ହାରାହାରି ବୟସ ୧୬ ବର୍ଷ ଥିଲା, ଯେତେବେଳେ କି ପୁରୁଷଙ୍କର ଥିଲା ୩୨ ବର୍ଷ ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକଙ୍କ ଶରୀରରେ ସାମାନ୍ୟ ଦାନା ପରି ହୋଇଥିବା ବେଳେ ୨୦ ପ୍ରତିଶତଙ୍କ ଯୌନାଙ୍ଗରେ ଦାନା ଦାନା ଫଳିଥିଲା । ରିପୋର୍ଟ ମୁତାବକ, ଅଧା ଲୋକଙ୍କୁ ଜ୍ୱାର ଥିଲା ଓ ଏକ ତୃତୀୟାଂଶରୁ ଅଧିକ ଲୋକଙ୍କ ଲସିକା ଗ୍ରନ୍ଥି ଫୁଲିଥିଲା । ମାଂସପେଶୀରେ କଷ୍ଟ ହେବା ସହ ଦୃଷ୍ଟିଶକ୍ତି କମିବାର ଦୁଇଟି ମାମଲା ଆସିଥିଲା ।

ଏମପକ୍ସର ସବ ଭାରିଆଣ୍ଟ ବ୍ଲେଜ ଆଇଏ ମଧ୍ୟ ଓ ପଶ୍ଚିମ ଆଫ୍ରିକାରେ ଦଶନ୍ଧି ଦଶନ୍ଧି ଧରି ନିଜ ଅସ୍ତିତ୍ୱ ଜାହିର କରି ଚାଲିଛି । ତେବେ ମୁଖ୍ୟତଃ ପଶୁଙ୍କ ସମ୍ପର୍କରେ ଆସିବାରୁ ସଂକ୍ରମିତ ହୋଇଥାଏ । କ୍ଲେଡ ଆଇଆଇ, ସାରା ବିଶ୍ୱରେ ସଂକ୍ରମିତ ହୋଇଛି ଓ ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଦ୍ୱାରା ବ୍ୟାପୁଛି ।