LICର ଜୀବନ ଆନନ୍ଦ: ପଲିସିର ରହିଛି ଅନେକ ଫାଇଦା, ଟ୍ୟାକ୍ସଠୁ ଲୋନ, ସବୁଥିରେ…

ନୂଆଦିଲ୍ଲୀ: ଏଲଆଇସି ଏକ ଲାଭଦାୟକ ପଲିସି । ଏକା ଥରକେ ମିଳିବ ୨୪ ଲକ୍ଷ ଟଙ୍କା । ଏଲଆଇସିର ଜୀବନ ଆନନ୍ଦ ପଲିସିରୁ ଆପଣଙ୍କୁ ବହୁତ ଆକର୍ଷଣୀୟ ରିଟର୍ନ ମିଳିପାରିବ । ଏଥିରେ ଛୋଟ ଛୋଟ ନିବେଶ କରି ଭବିଷ୍ୟତ ପାଇଁ ବଡ ଫଣ୍ଡ ଠୁଳ କରିବା ସମ୍ଭବ ହୋଇପାରିବ । ଆପଣଙ୍କ ଟଙ୍କା ଏହି ପଲିସିରେ ସୁରକ୍ଷିତ ରହିବା ସହ ଆପଣଙ୍କୁ ଭଲ ରୋଜଗାର ଦେବ ।

ଏଲଆଇସିର ଜୀବନ ଆନନ୍ଦରେ ନିବେଶ କରିବା ପରେ ଆପଣଙ୍କ ଟ୍ୟାକ୍ସରେ ରିହାତି ମିଳିବ । ଯେତିକି ପ୍ରିମିୟମ ଭରିବେ, ତା ଉପରେ ଆଇଟିରେ ରିହାତି ପାଇପାରିବେ । ଯେଉଁଥିରେ ଆପଣଙ୍କ ସଞ୍ଚୟ ଆହୁରି ବଢିଯିବ । ଏଲଆଇସି ପଲିସିର ସବୁଠାରୁ ଖାସ କଥା ହେଉଛି, ଅର୍ଥ ସୁର୭ା । ଏହା ସରକାରୀ ପଲିସି ହୋଇଥିବାରୁ ଆପଣଙ୍କ ନିବେଶ ଉପରେ ପୁରା ଭରସା ରହିବ । ଆପଣଙ୍କ ନିବେଶ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।
ତେବେ କେମିତି ପାଇବେ ୨୪ ଲକ୍ଷ?

ଯଦି ଆପଣ ପ୍ରତି ମାସରେ ୧୩୦୦ ଟଙ୍କା ଜମା କରନ୍ତି, ୩୪ ବର୍ଷ ପରେ ଆପଣ ୨୪ ଲକ୍ଷ ଟଙ୍କା ପାଇବେ । ଏହି ପଲିସିଟି ଲମ୍ବା ସମୟର ନିବେଶ , ସମୟ ସହ ନିବେଶ ଅର୍ଥ ବୃଦ୍ଧି ହିଏ । ଭଲ ରିଟର୍ନ ପାଇଁ ପଲିସିକୁ ଅତି କମରେ ୩ ବର୍ଷ ପାଇଁ ଚଳାଇବା ଜରୁରୀ । ତିନି ବର୍ଷ ଭିତରେ ପଲିସି ବନ୍ଦ କରି ଦେଲେ ଫାଇଦା ସୀମିତ ହେବା ସହ ଟଙ୍କା ଉଠାଇବା ସମ୍ଭାବନା ରହିବ ନାହିଁ । ଏହି ପଲିସିରେ ଇନଭେଷ୍ଟରଙ୍କୁ ଋଣର ସୁବିଧା ମିଳିବ ।
ତେବେ ଲୋନର ସୁବିଧା ୩ ବର୍ଷ ପଲିସି ଚଳାଇବା ପରେ ମିଳିବ ଓ ଏଥିପାଇଁ ନିୟମିତ ପ୍ରମିୟମ ଭରିବାକୁ ହେବ । ତିନି ବର୍ଷ ଧରି ନିବେଶ କରିବା ପରେ ଆପଣଙ୍କୁ ୮୦ ପ୍ରତିଶତ ଯାଏଁ ଋଣ ମିଳିବ, ଅର୍ଥାତ୍ ଯେତିକି ଟଙ୍କା ଆପଣ ଡିପୋଜିଟ କରିଥିବେ ତାର ୮୦ ପ୍ରତିଶତ ।