ୟୁନିୟନ ବ୍ୟାଙ୍କ ଉପରେ ଜରିମାନା, ମନି ଲଣ୍ଡରିଂ ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଥିଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଫାଇନାନସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌(FIU) ଏହି ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ଅକ୍ଟୋବର ୧କୁ ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ(PMLA )ର ଧାରା ୧୩ ଅନ୍ତର୍ଗତ ଏହି ବ୍ୟାଙ୍କକୁ ନୋଟିସ୍ ଜାରି କରାଯାଇଛି ।

ସନ୍ଦିଗ୍ଧ ଲେଣଦେଣ ବିଷୟରେ ସଠିକ ସୂଚନା ନ ଦେବାରୁ ଏବଂ ମୁମ୍ବାଇ ସ୍ଥିତ ଏକ ବ୍ରାଞ୍ଚରେ PMLA ଅନ୍ତର୍ଗତ କିଛି ଆକାଉଣ୍ଟର ଯାଞ୍ଚ୍ ନ କରିବା ହେତୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଜରିମାନା ଲଗାଇଛି ଫାଇନାନସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍ । ବ୍ୟାଙ୍କ ଉପରେ ୫୪ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏଜେନ୍ସି ପକ୍ଷରୁ କୁହାଯାଇଛି କି ବ୍ୟଙ୍କ ତରଫରୁ ଲିଖିତ ଏବଂ ମୌଖିକ ଉପସ୍ଥାପନାକୁ ବିଚାର କରିବା ପରେ ବ୍ୟାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ୍ ସମୟରେ FIU ବ୍ୟାଙ୍କ ପରିଚାଳନାରେ KYC ଏବଂ AML ନିୟମ ପାଳନ ସହ ଜଡ଼ିତ ଅନିୟମିତତା ଦେଖାଦେଇଥିଲା ।