ଡେବ୍ୟୁ ଫିଲ୍ମ ହେଲା ଫ୍ଲପ୍‌…ତଥାପି ଜିତିଥିଲେ ଆୱାର୍ଡ଼, ଏବେ ୫୩ କୋଟିର ମାଲିକାଣୀ ଏହି ଫ୍ଲପ୍ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ରାତାରାତି କେହି ଷ୍ଟାର ହୋଇଯାଇ ନଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ବାହାରୁ ଯେତେ ଚକାଚକ ନଜର ଆସିଲେ ବି ଏହା ପଛର କାହାଣୀ ସେତିକି ସଂଘର୍ଷମୟ । ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଲୋକଙ୍କ ଉପରେ ନେପୋଟିଜିମର ଅଭିଯୋଗ ହୋଇଥାଏ । କିନ୍ତୁ ଆଜି ଆମେ ଏଭଳି ଜଣେ ଫ୍ଲପ୍ ଅଭିନେତ୍ରୀଙ୍କ ବିଷୟରେ କଥା ହେବୁ ଯାହାଙ୍କ ଫିଲ୍ମ କ୍ୟାରିୟର କିଛି ଖାସ୍ ନଥିଲା ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୦ ବର୍ଷ ରହିବା ପରେ ମଧ୍ୟ ସେ କେବଳ ୨ଟି ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୯ରେ ସେ ‘ମଲାଲ’ ଫିଲ୍ମରୁ ଡେବ୍ୟୁ କରିଥିଲେ । ବକ୍ସ ଅଫିସରେ ତାଙ୍କର ପ୍ରଥମ ଫିଲ୍ମ ଫ୍ଲପ୍ ହୋଇଥିଲା । କିନ୍ତୁ ଏହା ସତ୍ତ୍ୱେ ସେ ବେଷ୍ଟ ଡେବ୍ୟୁ ଅଭିନେତ୍ରୀର ଫିଲ୍ମ ଫେୟାର ଆୱାର୍ଡ଼ ଜିତିଥିଲେ । ସେ ହେଉଛନ୍ତି ଶର୍ମିନ୍ ଶଗଲ(Sharmin Segal) । ସେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ ‘ବାଜିରାଓ ମସ୍ତାନୀ’ ଏବଂ ‘ମେରି କମ୍‌’ ଭଳି ହିଟ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୦୨ରେ ସେ ପ୍ରତୀକ ଗାନ୍ଧୀଙ୍କ ସହ ‘ଅତିଥି ଦେବୋ ଭବଃ’ରେ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମ ଓଟିଟିରେ ରିଲିଜ ହୋଇଥିଲା ଦର୍ଶକଙ୍କୁ ଏତେଟା ଅକୃଷ୍ଟ କରିପାରିନଥିଲା । କିନ୍ତୁ ଫିଲ୍ମୀ ବ୍ୟାକଗ୍ରାଉଣ୍ଡରୁ ଆସିବା ପରେ ମଧ୍ୟ ବଡ଼ ପରଦାରେ ନିଜକୁ ପ୍ରମାଣିତ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ଏହା ପରେ ସେ ଲାଇମଲାଇଟରୁ ଦୂରେଇଯାଇଥିଲେ । ଚଳିତ ବର୍ଷ ଫେବୃଆରୀରେ ଓଟିଟିରେ ରିଲିଜ ହୋଇଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ‘ହୀରାମଣ୍ଡ: ଦି ଡାୟମଣ୍ଡ ବଜାର’ ଫିଲ୍ମରେ ନଜର ଆସିଥିଲେ । ୨୦୨୩ରେ ସେ କୋଟିପତି ବ୍ୟବସାୟୀ ଅମନ ମେହତାଙ୍କୁ ବିବାହ କରିଥିଲେ । ଏକ ରିପୋର୍ଟ ଅନୁଯାୟୀ ଅମନଙ୍କ ନେଟ୍ ୱର୍ଥ ୫୩, ୮୦୦ କୋଟି ଟଙ୍କା ଥିବା ଜଣାପଡ଼ିଛି । ଅମନ ଟୋରେଣ୍ଟ ଫାର୍ମାକ୍ୟୁଟିକାଲ୍ସର ଏକଜିକ୍ୟୁଟିଭ୍ ଡିରେକ୍ଟର । ତାଙ୍କ ପିତା ଜଣେ ଅରବପତି ବ୍ୟବସାୟୀ । ଅମନ ତାଙ୍କ ଭାଇଙ୍କ ସହ ମିଶି ଟୋରେଣ୍ଟ ଗ୍ରୁପ୍ ଲିଡ୍ କରୁଛନ୍ତି । କହିରଖୁଛୁ ଶର୍ମିନଙ୍କ ମାଆ ବେଲା ସେଗଲ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ସାନ ଭଉଣୀ । ଶର୍ମିନଙ୍କ ଜେଜେବାପାଙ୍କ ବଲିଉଡ୍ ସହ ପୁରୁଣା ସମ୍ପର୍କ । ସେ ୪୦ ବର୍ଷ ପର୍ଯ୍ୟନ୍ତ ସଫଳ ନିର୍ଦ୍ଦେଶକ ଭାବେ କାମ କରିଥଲେ । ଅମିତାଭ ବଚ୍ଚନ, ହେମା ମାଲିନୀ, ଧମେନ୍ଦ୍ର, ରେଖା, ଅଶୋକ କୁମାର, ଶଶି କପୁର, ମନୋଜ କୁମାରଙ୍କ ଭଳି ବଡ଼ ବଡ଼ କଳାକାର ତାଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାମ କରିଥିଲେ ।

ତେବେ ଆଗାମୀ ଦିନରେ ଶର୍ମିନ୍ କେଉଁ ଫିଲ୍ମ କିମ୍ବା ପ୍ରୋଜେକ୍ଟର ଅଂଶ ହେବେ ତାହା କହିବା କଷ୍ଟକର । କିନ୍ତୁ ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଫ୍ୟାନ୍ସଙ୍କ ସହ ଜଡ଼ିତ ରହିବେ ।