ସକାଳୁ ସକାଳୁ ବାତ୍ୟା ‘ଦାନା’ର ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମଧ୍ୟରାତ୍ରୀରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହାନ ଚରଣ ମାଝୀ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ଚାଲିଛି । ବାତ୍ୟା ସଂପର୍କୀତ ରିପୋର୍ଟକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ଦାନାର ଲ୍ୟାଣ୍ଡଫଲ ପରେ କେତେ କ୍ଷୟକ୍ଷତି ଘଟିଛି ତାକୁ ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଆଲୋଚନାରେ ଯୋଗ ଦେଇଛନ୍ତି । ଆଉ କିଛି ସମୟ ପରେ କେତେ ପରିିମାଣରେ କ୍ଷୟକ୍ଷତି ଘଟିଛି ସେନେଇ ପ୍ରେସ ମିଟ କରି ସୂଚନା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଏସଆରସି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା କରୁଛନ୍ତି ।