ଦାନା ଲ୍ୟାଣ୍ଡଫଲ କଲା, ସକାଳ 8ଟାରୁ ବିମାନ ଚଳାଚଳ ସ୍ବାଭାବିକ ହେଲା

ନୁଆଦିଲ୍ଲୀ: ଲ୍ୟାଣ୍ଡଫଲ କଲା ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ସକାଳ 8ଟାରୁ ସ୍ବାଭାବିକ ହେଲା ବିମାନ ସେବା ।  ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗକୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟା 5ଟାରୁ ବିମାନ ଚଳାଚଳ ବନ୍ଦ ରଖାଯାଇଥିବା ବେଳେ ସକାଳ 8ଟାରୁ ପୁଣି ଆରମ୍ଭ ହୋଇଛି ବିମାନ ସେବା । ଏନେଇ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

ସକାଳ 8ଟାରୁ ବିମାନ ଚଳାଚଳ ପୂର୍ବଭଳି ସ୍ବାଭାବିକ ହେବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବା ବେଳେ ବର୍ତ୍ତମାନ ଧାର୍ଯ୍ୟ ସମୟ ଅନୁସାରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି । କହିରଖୁଛୁ କି, ଭୀଷଣ ବାତ୍ୟା ଦାନା ଗତକାଲି ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁଥିଲା । ଭିତରକନିକାରେ ନିକଟରେ ଲ୍ୟାଣ୍ଡଫଲ କରିଛି ଦାନା । ମଧ୍ୟରାତ୍ରୀ ପ୍ରାୟ ସାଢେ ଗୋଟାଏରୁ ସାଢେ 3ଟା ମଧ୍ୟରେ ସ୍ଥଳଭାଗ ଛୁଇଁଛି । ଦୀର୍ଘ 5 ଘଣ୍ଟା ଧରି ପ୍ରବଳ ବର୍ଷା ପବନ ହୋଇଥିଲା । ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ବେଗରେ ପବନ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ସ୍ଥଳଭାଗ ଛୁଇଁବା ପରେ ସାରା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରଚଣ୍ଡ ପବନ ବହିବା ହୋଇଥିଲା । ଭିତରକନିକା ଧାମରା ମଧ୍ୟରେ ଦାନା ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’ । ଆଉ ସ୍ଥଳଭାଗ ଛୁଇଁବା ବେଳେ ସ୍ଥାନୀୟ ଅଂଚଳ ବା ଆଖପାଖ ଅଂଚଳରେ କିଟମିଟ ଅନ୍ଧାର ହୋଇଯାଇଥିଲା ।