(Video) ଲ୍ୟାଣ୍ଡଫଲ ପରେ ତାଣ୍ଡବ କରୁଛି ବାତ୍ୟା ‘ଦାନା’, ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ହୋଇଛି କ୍ଷତି

ନୂଆଦିଲ୍ଲୀ: ବାତ୍ୟା ଦାନାର ପ୍ରଭାବ ଜାରି ରହିଛି । ମଧ୍ୟରାତ୍ରୀ ୧୨ଟା ୪୫ ମିନିଟରେ ଭଦ୍ରକର ଧାମରାରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହୋଇଥିଲା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାକୁ ୧୨୦ କିମି ଥିଲା । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ବର୍ଷା ଜାରି ରହିଛି । ଏଥିସହ ରାଜ୍ୟର ୯ଟି ଜିଲ୍ଲାକୁ ରେଡ ଆଲର୍ଟ ହୋଇଛି ।

ଦାନା ଲ୍ୟାଣ୍ଡଫଲ କରିବା ପରେ ରାଜ୍ୟର ଅନେକ ଅଞ୍ଚଳରେ ବଡ଼ ବଡ଼ ଗଛମାନ ଭାଙ୍ଗି ରାସ୍ତାକୁ ଅବରୋଧ କରିଛି । ସେହିପରି ବାତ୍ୟାରେ ଅନେକ ହୋର୍ଡିଂ ଭାଙ୍ଗିଯାଇଛି । ପାଣିପାଗ ବିଭାଗ କହିବାନୁଯାୟୀ, ଲ୍ୟାଣ୍ଡଫଲ ହେବା ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ । ଏହି ବାତ୍ୟାରୁ ବର୍ତ୍ତିବା ଲାଗି ସରକାରଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି ।

NDRF, SDRF, ଜିଲ୍ଲା ପ୍ରଶାସନ ଟିମ ବାତ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି । ୧୪ ଜିଲ୍ଲାର ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ସେହିପରି ଫସ୍‌ଚିମବଙ୍ଗରେ ୩.୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ୩୦୦ ଫ୍ଲାଇଟ ଏବଂ ୫୫୨ ଟ୍ରେନକୁ ରଦ୍ଧ କରାଯାଇଥିଲା ।
ପବନର ବେଗ ଅଧିକ ଥିବାରୁ ଏବଂ ପ୍ରବଳ ବର୍ଷା ଯୋଗୁ ଓଡ଼ିଶାର ଧାମରା ଏବଂ ଭଦ୍ରକରେ ଅନେକ କ୍ଷୟକ୍ଷତି ଘଟିଛି । ବାତ୍ୟା ଯୋଗୁଁ ପବନର ବେଗ ଅଧିକ ରହିଛି । ଏହି ବାତ୍ୟାରେ ଅନେକ ଗୁଡିଏ ଗଛ ଭାଙ୍ଗିଯାଇଛି । ଇଲେକ୍ଟ୍ରିଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି । ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।