ୱାର୍କ ଫ୍ରମ୍ ହୋମ୍ ନା ୱାର୍କ ଫ୍ରମ୍ ଅଫିସ୍ ! କେଉଁଟା ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ, ଜାଣନ୍ତୁ କ’ଣ କହୁଛି ଷ୍ଟଡି

ଓଡ଼ିଶା ଭାସ୍କର: କରୋନା ମହାରାରୀ ସମୟରେ ୱାର୍କ ଫ୍ରମ୍ ହୋମର କଲଚର ଅଧିକ ଲୋକପ୍ରିୟ ହୋଇଥିଲା । ଏଥିରେ ଉଭୟ କର୍ମଚାରୀ ଏବଂ କମ୍ପାନୀ ପାଇଁ ଫାଇଦା ହେଉଥିଲା । ବର୍ତ୍ତମାନ ବି ଅଧିକାଂଶ କମ୍ପାନୀ ଏହାର କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମର ବିକଳ୍ପ ପ୍ରଦାନ କରୁଛି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀର୍ଘ ସମୟ ପର୍ଯ୍ୟନ୍ତ ୱାର୍କ ଫ୍ରମ୍ ହୋମ୍ କରିବା ଦ୍ୱାରା କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ନିକଟରେ ଏକ ଅଧ୍ୟୟନରୁ ପ୍ରକାଶ କି ୱାର୍କ ଫ୍ରମ୍ ହୋମ୍ ଅପେକ୍ଷା ୱାର୍କ ଫ୍ରମ୍ ଅଫିସ ଅଧିକ ଉତ୍ତମ ।

ଆମେରିକାର ସେପିଆନ୍ସ ଲ୍ୟାବରେ ୱାର୍କ କଲଚର ଏବଂ ମେଣ୍ଟାଲ ୱେଲବିଙ୍ଗ୍ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନ ଅନ୍ତର୍ଗତ ପ୍ରାୟ ୫୫ ହଜାର କର୍ମଚାରୀ ରିସର୍ଚ୍ଚରେ ସାମିଲ ହୋଇଥିଲେ । ଏହି ଅଧ୍ୟୟନରୁ ପ୍ରକାଶ କି ଏକାକୀ କାମ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଟିମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମାନସିକ ସ୍ଥିତି ଅଧିକ ଭଲ ଥିଲା । ଏହି ଅଧ୍ୟୟନରେ quotient ନାମକ ପର୍ସପେକ୍ଟିଭ୍ ଯୋଡ଼ାଯାଇଥିଲା । ୟୁରୋପ ଏବଂ ଆମେରିକାରେ ଅଧିକାଂଶ ବ୍ୟକ୍ତି ହାଇବ୍ରିଡ୍ ମାହୋଲରେ କାର୍ଯ୍ୟ କରିଥାନ୍ତି । ଅପରପକ୍ଷରେ ଭାରତରେ ୱାର୍କ ଫ୍ରମ୍ ଅଫିସରୁ କାମ କରୁଥିବା ବ୍ୟକ୍ତି ୱାର୍କ ଫ୍ରମ ହୋମ୍ କିମ୍ବା ହାଇବ୍ରିଡ୍ ମାହୋଲରେ କାମ କରୁଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ଚାପରେ ରହିଥାନ୍ତି । କହିରଖୁଛୁ ୱାକ୍‌ର୍ ଲାଇଫକୁ ଉତ୍ତମ କରିବା ପାଇଁ ଟିମ୍ ଭାବନା, ଷ୍ଟ୍ରେସ୍ କିମ୍ବା ପ୍ରେସର ହ୍ୟାଣ୍ଡେଲ, ପ୍ରତିଯୋଗିତା, ଟକ୍ସିକ୍ ମାହୋଲ, କାମ ପ୍ରତି ଗର୍ବ କିମ୍ବା ରୁଚି ଅନୁଭବ କରିବା ଇତ୍ୟାଦି ଦିଗ ସାମିଲ ରହିଛି ।