ଦୀପାବଳି ପାଇଁ ଘର ସଫା କରୁଛନ୍ତି, ଏହି ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନହେଲେ ମହାଲକ୍ଷ୍ମୀ କରିବେ କୋପ

ଓଡିଶା ଭାସ୍କର: ପବିତ୍ର ଦୀପାବଳି ଅବସରରେ ଘର ସଫାସଫି ଏକ ଗୁରୁତ୍ୱପୂର୍ଣ୍ଣ କଥା । ସମସ୍ତେ ଦୀପାବଳି ଆଗରୁ ଘରକୁ ଭଲଭାବେ ସଫାଟପା କରିଥାନ୍ତି । ତେବେ ଘର ସଫାସଫି କରିବା ବେଳେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ନହେଲେ ଭଲ ବଦଳରେ ହୋଇଯିବ ଭେଲ । ଘର ସଫା କରିବା ବେଳେ ଅଳିଆ ଓ ଅନାବଶ୍ୟକ ସାମଗ୍ରୀକୁ ଆମେ ବାହାରେ ଫିଙ୍ଗିଦେଇଥାଉ । ହେଲେ ଏସବୁକୁ ଫିଙ୍ଗିବା ଆଗରୁ ଥରେ ପଢିନିଅନ୍ତୁ ଆମ ଲେଖା । ଶାସ୍ତ୍ରରେ ବର୍ଣ୍ଣିତ, ଏହି ପାଞ୍ଚୋଟି ସାମଗ୍ରୀ ଘର ସଫାକରି ବାହାରେ ଫିଙ୍ଗିଲେ ମହାଲକ୍ଷ୍ମୀ ପ୍ରବଳ ରାଗିଥାନ୍ତି ।

ମୟୂର ପୁଚ୍ଛ: ଅନେକ ଲୋକ ପୂଜା ଘରେ ମୟୂର ପୁଚ୍ଛ ରଖିଥାନ୍ତି, ଏହା ଶୁଭ ମଧ୍ୟ । ତେବେ ଦୀପାବଳିରେ ଘର ସଫା କରୁଥିବା ବେଳେ ବହୁ ଦିନରୁ ରହିଥିବା ପୁରୁଣା ପୁଚ୍ଛ ଫୋପାଡି ନୂଆ ପୂଚ୍ଛ ରଖନ୍ତି । ଶାସ୍ତ୍ର ମୁତାବକ, ଏମିତି କରିବା ପଡିଯିବ ମହଙ୍ଗା । ପୁରୁଣା ମୟୂର ପୁଚ୍ଛ ବାହାରେ ପକାଇଲେ ମହାଲକ୍ଷ୍ମୀ ରୁଷ୍ଟ ହୁଅନ୍ତି । ତେଣୁ ସେସବୁକୁ ନ ଫୋପାଡି ସଫାକରି ଏକ ଶୁଦ୍ଧ ସ୍ଥାନରେ ରହିବା ଦରକାର ।

ଝାଡୁ: ଧନତେରସ ଓ ଦୀପବଳିରେ ଲୋକମାନେ ନୂଆ ଝାଡୁ କିଣିଥାନ୍ତି । ତେଣୁ ପୁରୁଣା ଝାଡୁକୁ ଫିଙ୍ଗି ଦିଅନ୍ତି । ଦୀପବଳି ଆଗରୁ ପୁରୁଣା ଝାଡୁ ବାହାର କରିବା ଅନୁଚିତ । ଏହାକୁ କୌଣସି ଏମିତି ଯାଗାରେ ରଖିଦିଅନ୍ତୁ, ଯେଉଁଠିକୁ କାହା ଆଖି ଯିବନି । ଦୀପବଳି ପରେ ଏହାକୁ କୌଣସି ସଫେଇ କର୍ମଚାରୀକୁ ଦେଇପାରନ୍ତି ।

ପୁରୁଣା କଉଡି ଓ ଅଦରକାରୀ ପଇସା: କଉଡିକୁ ମାଆ ଲକ୍ଷ୍ମୀଙ୍କୁ ଅର୍ପିତ କରାଯାଏ । ପଇସା ମଧ୍ୟ ପୂଜା ଯାଏ । ଦିବାଳୀଙ୍କ ପୂଜା ସମୟରେ ଟଙ୍କା ଓ କଉଡିକୁ ପୁରୁଣା ଭାବି ଅନେକ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଏମିତି କରିବା ଆପଣଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିବ । ସେସବୁକୁ ଧୋଇ ପୂଜା ସ୍ଥାନ ବା ଘରର କୌଣସି ସ୍ଥାନରେ ରଖିପାରିବେ । ହେଲେ କାହାରିକୁ ଦେବେ ନାହିଁ । ନୋହିଲେ ମାତା ରୁଷ୍ଟ ହୋଇ ଘରୁ ଚାଲିଯାଆନ୍ତି ।

ଲାଲ କପଡା: ଲାଲ ରଙ୍ଗକୁ ଅତି ଶୁଭ ମାନିଥାନ୍ତି ହିନ୍ଦୁମାନେ । ତେଣୁ ଲାଲ ରଙ୍ଗର କପଡା ଫିଙ୍ଗିବେ ନାହିଁ । ମୁଖ୍ୟତଃ ପୂଜା ସ୍ଥାନରେ ଥିବା ଲାଲ କପଡା ବା ଚୁନରୀକୁ ନ ପକାଇ ତାକୁ ସଫାକରି ଅଲଗା ରଖନ୍ତୁ । ପୂଜା ପରେ ତାକୁ ପୁଣି ବ୍ୟବହାର କରି ପାରିବେ ।

ଯଦି ଏହିସବୁ ଜିନିଷ ଆଉ ବ୍ୟବହାର ଯୋଗ୍ୟ ହୋଇ ରହୁନି, ତେବେ ସେସବୁକୁ ପୂଜା ପରେ ପାଣିରେ ବିସର୍ଜନ କରିବା ଉଚିତ ।