SBI ଗ୍ରାହକଙ୍କୁ ଝଟକା; Credit Card ନିୟମରେ ହେବ ବଡ଼ ପରିବର୍ତ୍ତନ: ଡିସେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କ୍ରେଡିଟ କାର୍ଡ ନିୟମରେ ଆସୁଛି ଏକ ବଡ଼ ପରିବର୍ତ୍ତନ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନିକଟରେ ଷ୍ଟେଟ ବ୍ୟାଙ୍କ ତରଫରୁ ଆହୁରି କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । କ୍ରେଡିଟ କାର୍ଡରେ ହେବାକୁ ଥିବା ପରିବର୍ତ୍ତନ ଗୁଡ଼ିକୁ ଏସବିଆଇ କାର୍ଡର ୱେବସାଇଯରେ ଅପଲୋଡ କରାଯାଇଛି । ଏହି ପରିବର୍ତ୍ତନ କ୍ରେଡିଟ କାର୍ଡ ୟୁଜରମାନଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ତେବେ ନୂଆ ନିୟମ ଅନୁସାରେ, ଡିସେମ୍ବର ପହିଲାରୁ ୪୮ କ୍ରେଡିଟ କାର୍ଡସ ଡିଜିଟାଲ ଗେମିଙ୍ଗ ପ୍ଲାଟଫର୍ମ/ମର୍ଚାଣ୍ଟ ସମ୍ବନ୍ଧିତ ଟ୍ରାଞ୍ଜାକ୍ସନ ଉପରେ ରିୱାର୍ଡ ପଏଣ୍ଟସ ମିଳିବ ନାହିଁ ।

ଏହାବ୍ୟତୀତ ଆହୁରି କିଛି ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ ଏହିସବୁ ନିୟମ ନଭେମ୍ବର ପହିଲାରୁ ଲାଗୁ କରାଯିବ ।

୫୦ ହଜାରରୁ ଅଧିକ ୟୁଟିଲିଟି ବିଲ୍ ପେମେଣ୍ଟରେ ସରଚାର୍ଜ: ଷ୍ଟେଟ ବ୍ୟାଙ୍କ କ୍ରେଡିଟ କାର୍ଡ ଜରିଆରେ ଷ୍ଟେଟମେଣ୍ଟ ସାଇକେଲରେ ୫୦ ହଜାର ଅଧିକରୁ ଟଙ୍କାର ୟୁଟିଲିଟି ବିଲ୍ ପେମେଣ୍ଟରେ ୧% ଅତିରିକ୍ତ ଚାର୍ଜ ଆଦାୟ କରାଯିବ । ତେବେ ୫୦ ହଜାର ଟଙ୍କାରୁ କମ୍ ୟୁଟିଲିଟି ବିଲ୍ ପେମେଣ୍ଟ ପାଇଁ କୌଣସି ଚାର୍ଜ ଆଦାୟ କରାଯିବ ନାହିଁ । ନଭେମ୍ବର ପହିଲାରୁ ୟୁଜର୍ସ ମାନଙ୍କ ଉପରେ ଏହି ନିୟମ ଲାଗୁ କରାଯିବ ।

ଫାଇନାନ୍ସ ଚାର୍ଜରେ ପରିବର୍ତ୍ତନ: ଶୌର୍ୟ୍ୟ / ପ୍ରତିରକ୍ଷା କ୍ରେଡିଟ୍ କାର୍ଡ ବ୍ୟତୀତ ଏସବିଆଇ ସମସ୍ତ ଅସୁରକ୍ଷିତ କ୍ରେଡିଟ୍ କାର୍ଡର ଆର୍ଥିକ ଚାର୍ଜକୁ ମଧ୍ୟ ବଦଳାଇ ଦେଇଛି । ବର୍ତ୍ତମାନ ଏସବିଆଇର ଅସୁରକ୍ଷିତ କ୍ରେଡିଟ କାର୍ଡରେ ୩.୭୫ ପ୍ରତିଶତ ଫାଇନାନ୍ସ ଚାର୍ଜ ଆଦାୟ କରାଯିବ। ନଭେମ୍ବର ୧, ୨୦୨୪ ରୁ ଏହି ନିୟମ ପ୍ରଯୁଜ୍ୟ ହେବ ।

SBi Credit Card New Changes:

  1. AURUM
  2. SBI Card ELITE
  3. SBI Card ELITE Advantage
  4. SBI Card Pulse
  5. SimplyCLICK SBI Card
  6. SimplyCLICK Advantage SBI Card
  7. SBI Card PRIME
  8. SBI Card PRIME Advantage
  9. SBI Card Platinum
  10. SBI Card PRIME Pro
  11. SBI Card Platinum Advantage
  12. Gold SBI Card
  13. Gold Classic SBI Card
  14. Gold Defense SBI Card
  15. Gold & More Employee SBI Card
  16. Gold & More Advantage SBI Card
  17. Gold & More SBI Card
  18. SimplySAVE SBI Card
  19. SimplySAVE Employee SBI Card
  20. SimplySAVE Advantage SBI Card
  21. Gold & More Titanium SBI Card
  22. SimplySAVE Pro SBI Card
  23. Krishak Unnati SBI Card
  24. SimplySAVE Merchant SBI Card
  25. SimplySAVE UPI SBI Card
  26. SIB SBI Platinum Card
  27. SIB SBI SimplySAVE Card
  28. KVB SBI Platinum Card
  29. KVB SBI Gold & More Card
  30. KVB SBI Signature Card
  31. Karnataka Bank SBI Platinum Card
  32. Karnataka Bank SBI SimplySAVE Card
  33. Karnataka Bank SBI Card PRIME
  34. Allahabad Bank SBI Card ELITE
  35. Allahabad Bank SBI Card PRIME
  36. Allahabad Bank SBI SimplySAVE Card
  37. City Union Bank SBI Card PRIME
  38. City Union Bank SimplySAVE SBI Card
  39. Central Bank SBI Card ELITE
  40. Central Bank SBI Card PRIME
  41. Central Bank SimplySAVE SBI Card
  42. UCO Bank SBI Card PRIME
  43. UCO Bank SimplySAVE SBI Card
  44. UCO Bank SBI Card ELITE
  45. PSB SBI Card ELITE
  46. PSB SBI Card PRIME
  47. PSB SBI SimplySAVE
  48. SHAURYA SELECT SBI Card