ମୁମ୍ବାଇରେ ଦୁଇଟି ବିଲ୍ଡିଂ, ୩୫୦ କୋଟିର ଏଫଡି ଆହୁରି.., ମୃତ୍ୟୁ ପୂର୍ବରୁ ଏତିକି ସଂପତ୍ତି ମ୍ୟାନେଜରକୁ ଦେଇଗଲେ ରତନ ଟାଟା

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟର ଚେୟାରମ୍ୟାନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଅକ୍ଟୋବର ୯ ତାରିଖରେ ଦେହାନ୍ତ ହୋଇଥିଲା। ଏହି ମୃତ୍ୟୁର ପାଖାପାଖି ୧୫ ଦିନ ପରେ ରତନ ଟାଟାଙ୍କୁ ସଂପତ୍ତି ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟସଙ୍କ ମୁତାବକ, ରତନ ଟାଟା ନିଜର ୧୦ ହଜାର କୋଟି ଟଙ୍କାର ସଂପତ୍ତି ଛାଡିଚାଲିଯାଇଛନ୍ତି।

ସୂଚନା ମୁତାବକ, ରତନ ଟାଟା ନିଜ ସଂପତ୍ତିର ଟାଟା ଟ୍ରଷ୍ଟର ସବୁଠୁ ଯୁବା ମ୍ୟାନେଜର ଶାନ୍ତନୁ ନାଇଡୁଙ୍କୁ ମଧ୍ୟ ବଡ ଭାଗ ଦେଇଛନ୍ତି। ଏଥିସହ ନିଜ ଭାଇ ଭଳି ଟାଟା ଏବଂ ସାବତ ଭଉଣୀ ଶିରିନଙ୍କୁ ସଂପତ୍ତିରୁ ଭାଗ ଦେଇଛନ୍ତି। ଏଥିସହ ହାଉସ ଷ୍ଟାଫ ଏବଂ ଅନ୍ୟାନ୍ୟ ଲୋକଙ୍କ ନାମ ମଧ୍ୟ ରତନ ଟାଟାଙ୍କ ସଂପତ୍ତି ଉପରେ ରହିଛି।

ରତନ ଟାଟାଙ୍କ ସଂପତ୍ତି କଥା ଆଲୋଚନା କଲେ, ୨ ହଜାର ସ୍କେ୍ୱୟାର ଫୁଟର ବଙ୍ଗଳା, ୩୫୦ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ, ମୁମ୍ବାଇର ଜୁହୁ ତାରା ରୋଡରେ ୨ ମହଲା ବିଶିଷ୍ଟ ବିଲ୍ଡିଂ ଏବଂ ଟାଟ ଗ୍ରୁପର ୦.୮୩ ପ୍ରତିଶତ ଭାଗୀଦାରୀ ଅଛି। ଟାଟା ଗ୍ରୁପର ୧୬୫ ବିଲିୟନ ଡଲାର( ୧୪ ଲକ୍ଷ କୋଟି)ର ମାର୍କେଟ ଭ୍ୟାଲ୍ୟୁ ରହିଛି।