ଆୟେସା ଭିଲ୍ଲା: ଭୂତଙ୍କ ଆବାସ ସ୍ଥଳୀ, ରାତିରେ ସେଠାକୁ ଯିବାକୁ ଲୋକେ କରନ୍ତି ଭୟ

ଲୋନାବଲା: ମହାରାଷ୍ଟ୍ରର ଲୋନାବଲାର ସୌନ୍ଦର୍ଯ୍ୟ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ । ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବିଭିନ୍ନ ସ୍ଥାନରୁ ଏଠାକୁ ବର୍ଷ ତମାମ ଲୋକଙ୍କ ସୁଅ ଛୁଟିଥାଏ । ସେଥିପାଇଁ ସେଠାର ହୋଟେଲ, ରିସୋର୍ଟର ବହୁ ଡିମାଣ୍ଡ । କିନ୍ତୁ ଏମିତି ଏକ ଭିଲ୍ଲା ରହିଛି, ଯାହାର ନାଁ ନେବାକୁ ଲୋକେ ଭୟ କରିଥାନ୍ତି । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଏହି ଭିଲ୍ଲାର ନାଁ ଆୟେସା ଭିଲ୍ଲା ।

ଏହି ଭିଲ୍ଲାର ବହୁ ଭୂତ କଥା ଓ ଭିଡିଓ ଇଣ୍ଟରନେଟରେ ରହିଛି । ଏହାକୁ ନେଇ ଫିଲ୍ମ ମଧ୍ୟ ହୋଇଛି । ତେବେ ନିକଟରେ ଆୟେସା ଭିଲ୍ଲା ଓ ତାର ଭିନ୍ଟେଜ କାର ରୋଲ୍ସ ରୋଇସ ସିଲଭର ସାଡୋ ଆଜି ବି ଲୋକଙ୍କ ପାଇଁ ରୋଚକ ପ୍ରସଙ୍ଗ ହୋଇ ରହିଛି । ଲୋନାବଲାର ଏକ ଭିଡିଏ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି Rolls Royce  । ଏହା ୧୯୮୦ ମଡେଲର ସିଲଭର ସାଡୋ । ଏହି କାରକୁ ୨୦୦୪ରେ ଲକୀର ଫିଲ୍ମରେ ବ୍ୟବହାର କରାଯାଇଥିଲା । ଭିଡିଓରେ କାର ଝରକା କାଚ ଓ ଅନ୍ୟ କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ସେହିପରି କୋଠାର ଭିତର ଧ୍ୱଂସ ବିଧ୍ୱଂସ ହୋଇଯାଇଛି । ତେବେ ଏବେ ଭାଇରାଲ ହେଉଥିବା ଭିଡିଓ ସହ ଆଲେଖ୍ୟ ରହିଛି କି, ଏକ ବେକାର ପଡିଥିବା ସମ୍ପତ୍ତି, ଯାହାକୁ ଇଣ୍ଟରନେଟରେ ଭୂତ କବଳିତ ସମ୍ପତ୍ତି କୁହାଯାଉଛି । କେବଳ ସମ୍ପତ୍ତିକୁ ନେଇ ନ୍ୟାୟିକ ବାଦ ବିବାଦ ପାଇଁ ଏହା ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ପାଇଛି ମାତ୍ର । ତେବେ ଏହି ପୋଷ୍ଟର ଆଲେଖ୍ୟ ସହ ଲୋକ ସହମତ ନୁହଁନ୍ତି ।

ଅନେକ ୟୁଜର୍ସ ଲେଖିଛନ୍ତି, ରାତିରେ ଯାଇ ଦେଖେଇ ଦେଲେ ମାନିବୁ, ଯାହା କହୁଛନ୍ତି ଠିକ । ଅନ୍ୟ ଜଣେ ଲେଖିଛନ୍ତି, ଭାଇ, ରାତ ୨ଟାରେ ଆସିବେ । ତା ପରେ ଜଣାପଡିବ ଭୂତ ଅଛି କି ନାହିଁ । ତେବେ ଇଣ୍ଟରନେଟରେ ଯାହ୍ା ଚର୍ଚ୍ଚା ହେଉ ପଛେ, ଭିଡିଓରେ ଦେଖିବାକୁ ମିଳୁଛି ଏକ ପୁରୁଣା ଓ ପରିତ୍ୟକ୍ତ କୋଠା, ଯାହା ମରାମତି ଅଭାବରୁ ଧ୍ୱଂସସ୍ତୁପ ହେବାକୁ ବସିଛି ।