ନଭେମ୍ବର ୧ରୁ LPG ଦର ସହ ଅନେକ ନିୟମରେ ହେବ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଅକ୍ଟୋବର ସରିବାକୁ ଆଉ ଦିନ ତିନିଟା । ତାପରେ ଆସିବ ନଭେମ୍ବର । ଏହି ନଭେମ୍ବର ଆସୁ ଆସୁ ଆପଣଙ୍କ ପକେଟରେ ପଡିବ ପ୍ରଭାବ । ନଭେମ୍ବର ୧ ତାରିଖରୁ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଏଲପିଜି ସିଲିଣ୍ଡର ଦରରେ ମଧ୍ୟ ପରିବର୍ତ୍ତନ ହେବ । ତେବେ ପହିଲାରୁ ବଦଳୁଥିବା ୬ ବଡ ପରିବର୍ତ୍ତନ ଉପରେ ଆସନ୍ତୁ ନଜର ପକେଇ ନେବା ।

ଏଲପିଜି ସିଲିଣ୍ଡର ଦର- ୧ ନଭେମ୍ବରରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଲୋକେ ୧୪ କିଲୋର ଗ୍ୟାସ ଦରରେ ଅତିଷ୍ଠ ହୋଇଯାଇଛନ୍ତି । ସରକାର ଆଗାମୀ ମାସରେ ଦରରେ ହ୍ରାସ ଆଣିବେ ବୋଲି ଆଶାବାନ୍ଧି ବସିଛନ୍ତି । କାରଣ ବ୍ୟବସାୟିକ ୧୯ କିଲୋର ଗ୍ୟାସ ଦର ଜୁଲାଇଲେ ହ୍ରାସ ପାଇଥିଲା । ହେଲେ ବିଗତ ତିନି ମାସ ହେଲା ଦର ବଢିଚାଲିଛି । ଏହି ସମୟରେ ଗୋଟିଏ ସିଲିଣ୍ଡର ଦାମ ୯୪ ଟଙ୍କା ଯାଏଁ ବଢିସାରିଛି । ଏପରି ସମୟରେ ଘରୋଇ ଗ୍ୟାସ ଦର ହ୍ରାସ ପାଇବ ନା ବଢିବ ତାକୁ ଦେଖିବାକୁ ରହିଲା ।

ଏଟିଏଫ ଓ ସିଏନଜି-ପିଏନଜି ଦର- ଏଲପିଜି ଗ୍ୟାସ ପରି ପ୍ରତି ମାସରେ ସିଏନଜି-ପିଏନଜି ବ୍ୟତିତ ଏୟାର ଟର୍ବାଇନ ଫୁଏଲର ଦରରେ ସଂଶୋଧନ କରାଯାଏ । ଗତ କିଛି ମାସରେ ବିମାନ ଇନ୍ଧନରେ ହ୍ରାସ ଦେଖିବାକୁ ମିଳିଛି ଓ ପାର୍ବଣ ଅବସରରେ ଆହୁରି ଦାମ କମିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ସିଏନଜି ଓ ପିଏନଜି ଦରରେ ମଧ୍ୟ ବଡ ଧରଣର ପରିବର୍ତ୍ତନ ନେଇ ସମ୍ଭାବନା ରହିଛି ।

ଏସବିଆଇ କ୍ରେଡିଟ କାର୍ଡ- ଏସବିଆଇ ତାର ସବସିଡାରୀ କାର୍ଡରେ ଆସନ୍ତା ମାସରୁ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏହା କ୍ରେଡିଟ କାର୍ଡ ଜରିଆରେ ୟୁଟିଲିଟି ବିଲ ପେମେଣଅଟ ଓ ଫାଇନାନ୍ସ ଚାର୍ଜେସ ସହ ଜଡିତ । ଏସବିଆଇ କ୍ରେଡିଟ କାର୍ଡ ଉପରେ ପ୍ରତି ମାସରେ ୩.୭୫ ଫାଇନାନ୍ସ ଚାର୍ଜର ପେମେଣ୍ଟର ପେମେଣ୍ଟ କରିବାକୁ ହେବ । ଏହା ବ୍ୟତୀତ, ବିଜୁଳି, ପାଣି, ଏଲିପିଜି ଗ୍ୟାସ ସମେତ ଅନ୍ୟ ୟୁଟିଲିଟି ସର୍ଭିସେସରେ ୫୦ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ୧ ପ୍ରତିଶତ ଏକ୍ସ୍ଟ୍ରା ଚାର୍ଜ ଦେବାକୁ ହେବ ।

ମ୍ୟୁଚୁଆଲ ଫଣ୍ଡ ନିୟମ- ସେବି ମ୍ୟୁଚୁଆଲ ଫଣ୍ଡରେ ଇନସାଇଡର ଟ୍ରେଡିଂ ନିୟମଗୁଡିକୁ କଡା କରିଛି . ନଭେମ୍ବର ପ୍ରଥମ ତାରିଖରୁ ଏହା ଲାଗୁ ହୋଇଯିବ । ମ୍ୟୁଚୁଆଲ ଫଣ୍ଡ ୟୁନିଟ ପାଇଁ ଯେଉଁ ନୂଆ ଇନସାଇଡର ନିୟମ ଲାଗୁ ହେବାକୁ ଯାଉଛି, ତାର ମୁତାବକ ଏବେ ଏସେଟ ମ୍ୟାନେଜମେଣ୍ଟ କମ୍ପାନୀକୁ ନୋମିନି ଓ ତାର ନିକଟତମ ସମ୍ପର୍କୀୟଙ୍କୁ କରାଯାଇଥିବା ୧୫ ଲକ୍ଷ ଟଙ୍କାରୁ ଅଧିକ ଟ୍ରାନଜାକ୍ସନର ତଥ୍ୟ ଅନୁପାଳନ ଅଧିକାର ଦେବାକୁ ହେବ ।

ଟ୍ରାଇର ନୂଆ ନିୟମ- ନଭେମ୍ବରରୁ ହେବାକୁ ଥିବା ବଡ ପରିବର୍ତ୍ତନ ତାଲିକାରେ ରହିଛି ଟ୍ରାଇ ନିୟମ । ସରକାର ଜିଓ, ଏୟାରଟେଲ ସମେତ ସବୁ ଟେଲିକମ କମ୍ପାନୀକୁ ମେସେଜ ଟ୍ରେସ କରିବାର ସୁବିଧା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାପରେ କମ୍ପାନୀଗୁଡିକ ନିର୍ଦ୍ଦେଶ ରହିଛି କି, ସ୍ପାମ ନମ୍ବରକୁ ସବୁ ବ୍ଲକ କରିଦିଅନ୍ତୁ ।

୧୩ ଦିନ ବ୍ୟାଙ୍କ ବନ୍ଦ– ନଭେମ୍ବରରେ ପର୍ବପର୍ବଣି ସହ ବିଧାନସଭା ନିର୍ବାଚନ ରହିବା କାରଣରୁ ବ୍ୟାଙ୍କ ୧୩ ଦିନ ପାଇଁ ବନ୍ଦ ରହିବ ।