କାଲିଠୁ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ର ଶୁଭାରମ୍ଭ, ଜାଣନ୍ତୁ କିପରି କରିବେ ଆବେଦନ ?

ଭୁବନେଶ୍ୱର: ସାରା ଦେଶରେ ଆସନ୍ତାକାଲି ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲର ସୁବିଧା ରହିବ। ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ।

ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ ରହିବ। ପୁରୁଣା କାର୍ଡରେ ୯୫୦ ଏବଂ ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ରହିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏ)ର ଲାଭ ପାଇବାକୁ ଯୋଗ୍ୟ ହେବେ। ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ AB PM-JAY ଅଧୀନରେ ଏକ ନୂତନ ଅଲଗା କାର୍ଡ ଦିଆଯିବ।ବରିଷ୍ଠ ନାଗରିକ, ଯାହାର ପରିବାର ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରହିଛନ୍ତି, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅଂଶୀଦାର ଟପ୍-ଅପ୍ କଭର ପାଇଁ ଯୋଗ୍ୟ ହେବେ।

ସେପଟେ ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବଦଳରେ ଏହି ଯୋଜନା ଅଧୀନରେ ବାର୍ଷିକ ୯୬.୫ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ପାଉଥିବା ବେଳେ ପାଖାପାଖି ଏତିକି ଲୋକ ଆୟୁଷ୍ମାନ ଭାରତର ଲାଭ ପାଇପାରନ୍ତି ବୋଲି କୁହାଯାଉଛି। ଭାଜପା ସରକାରକୁ ଆସିଲେ ରାଜ୍ୟରେ ଅନ୍ୟ ସମସ୍ତ ଯୋଜନା ଭଳି ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।

MJAYରେ କିପରି ଆବେଦନ କରିବେ :-

PMJAY ୱେବସାଇଟ୍ କୁ ଯାଆନ୍ତୁ, AM I ELIGIBLE ଟ୍ୟାବ୍ ଉପରେ କ୍ଲିକ୍ କରିବେ । OTP ଦେଇ ଆପଣଙ୍କର ମୋବାଇଲ୍ ନମ୍ବର ଯାଞ୍ଚ କରନ୍ତୁ । ରାଜ୍ୟ ଏବଂ ଯୋଜନା ଚୟନ କରନ୍ତୁ । ଯଦି ଆପଣଙ୍କୁ ନିଜ ପରିବାର ଏବଂ ଯୋଗ୍ୟତା ବିଷୟରେ ସବିଶେଷ ତଥ୍ୟ ମିଳିବ ତେବେ ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କର…

ଷ୍ଟେପ୍ ୧: https://ayushmanup.in/ଟ୍ୟାବ୍ ଖୋଲିବ । ଏଠାରେ SETUରେ ନିଜକୁ ପଞ୍ଜିକରଣ କର’ ଉପରେ କ୍ଲିକ୍ କର ।

ଷ୍ଟେପ୍ ୨: ଲିଙ୍କ୍ ଉପଭୋକ୍ତାଙ୍କୁ NHA’aSetu ପୋର୍ଟାଲକୁ ନେଇଯିବ ।

ଷ୍ଟେପ୍ ୩: ଏଠାରେ register himself button ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍- ୪: ବର୍ତ୍ତମାନ ବାଧ୍ୟତାମୂଳକ ଟ୍ୟାବ୍ ପୂରଣ କର ଏବଂ ତାପରେ ସବିମଟ୍ ଉପରେ କ୍ଲିକ୍ କର ।

ଷ୍ଟେପ୍ -୫: ସଫଳ ପଞ୍ଜୀକରଣ ପରେ, ବର୍ତ୍ତମାନ ଆପଣଙ୍କର କେୱାଇସି କରନ୍ତୁ ଏବଂ ଅନୁମୋଦନକୁ ଅପେକ୍ଷା କରନ୍ତୁ । ଥରେ କାର୍ଡ ପ୍ରସ୍ତୁତ / ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହେଲେ ହିତାଧିକାରୀ କାର୍ଡ ଡାଉନଲୋଡ୍ କରିପାରିବେ ।