ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ସେବା ସର୍ତ୍ତ ଉପରେ ଆଲୋଚନା ପାଇଁ ଗଠିତ ଜେସିଏମର ବୈଠକ ଆସନ୍ତା ମାସରେ ଅନୁଷ୍ଠିତ ହେବ, ଯେଉଁଥିରେ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ ଆଲୋଚନା କରାଯିବ ।
ଅଲ ଇଣ୍ଡିଆ ରେଳବାଇ ଫେଡେରେଶନର ମୁଖ୍ୟ ତଥା ଜାତୀୟ ପରିଷଦ ସଚିବ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଆସନ୍ତା ମାସରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଅଷ୍ଟମ ବେତନ ଆୟୋଗରେ କିଛି ସ୍ପଷ୍ଟତା ଆଶା କରାଯାଉଛି । କର୍ମଚାରୀ ସଙ୍ଗଠନ ଲୋକମାନେ ଏହି ପ୍ରସଙ୍ଗ ଉଠାଇବେ ।
କର୍ମଚାରୀ ସଂଗଠନର ଦାବି :-
ଶିବ ଗୋପାଳ ମିଶ୍ରଙ୍କ ଅନୁଯାୟୀ କର୍ମଚାରୀ ସଂଗଠନ ତୁରନ୍ତ ସରକାରଙ୍କୁ ଦୁଇଟି ସ୍ମାରକପତ୍ର ପ୍ରଦାନ କରି ଯଥାଶୀଘ୍ର ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ଦାବି କରିଛନ୍ତି । ୨୦୧୪ ରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା ଏବଂ ଏହାର ସୁପାରିଶ ୨୦୧୬ ରେ କାର୍ଯ୍ୟକାରୀ କରାଯାଇଥିଲା ଯାହା ଦ୍ୱାରା କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ପ୍ରାୟ ୨୩% ବୃଦ୍ଧି ଘଟିଥିଲା । ସାଧାରଣତଃ ପ୍ରତି ୧୦ ବର୍ଷରେ ଏକ ନୂତନ ବେତନ କମିଶନ ଗଠନ ହୁଏ, କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ ।
ବେତନ ଆୟୋଗ :-
ବେତନ ଆୟୋଗର ମୁଖ୍ୟ କାର୍ଯ୍ୟ ହେଉଛି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା, ଉନ୍ନତି ଏବଂ ସୁପାରିଶ କରିବା । ୧୯୪୬ ମସିହାରେ ପ୍ରଥମ ପେ କମିଶନ ଗଠନ କରାଯାଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଟି ପେ କମିଶନ ରହିଛିି ।