ସେୟାର ବଜାର: ପ୍ରତିରକ୍ଷା କମ୍ପାନୀରେ ଇନଭେଷ୍ଟ ପାଇଁ ନିବେଶଙ୍କ ମଧ୍ୟରେ ଆଗ୍ରହ

ନୂଆଦିଲ୍ଲୀ: ସେୟାର ବଜାରରେ ବେପାର ମାନ୍ଦା ଚାଲିଛି । ନିବେଶକ ଚିନ୍ତାରେ । ଏମିତି ସମୟରେ କିନ୍ତୁ ଡିଫେନ୍ସ କମ୍ପାନୀର ସେୟାରରେ ଭାରି ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେୟାର କିଣିବାକୁ ନିବେଶକଙ୍କ ମଧ୍ୟରେ ଲାଗିଛି ଭିଡ । ସେୟାରର ମୂଲ୍ୟ ଏକ ହଜାର ପାର କରିଛି । ପ୍ରତିରକ୍ଷା କମ୍ପାନୀର ଟ୍ରେଡିଂ ବଜାରକୁ ଆଶ୍ୱସ୍ତି ଦେଇଛି ।

ପାରସ ଡିଫେନ୍ସ ଆଣ୍ଡ ସ୍ପେସ ଟେକ୍ନୋଲୋଜିଜ ଲିମିଟେଡର ସେୟାର ବୁଧବାର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଛି । କମ୍ପାନୀର ସେୟାର ୫ ପ୍ରତିଶତର ଅପର ସର୍କିଟରେ ପହଞ୍ଚିଛି । ଏହି ସେୟାର ୧୦୦୮.୩୫ ଟଙ୍କା ଇଣ୍ଟ୍ରା ଡେ ହାଇରେ ପହଞ୍ଚିଛି । ସେୟାରର ଏହି ଅଭିବୃଦ୍ଧିର କାରଣ ହେଉଛି ଏକ ବଡ ଡିଲ । କମ୍ପାନୀକୁ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ୪୨.୦୫ କୋଟିର ଅର୍ଡର ମିଳିଛି ।

ପାରସ ଡିଫେନ୍ସ ଆଣ୍ଡ ସ୍ପେସ ଟେକ୍ନୋଲୋଜିଜ ତରଫରୁ ଷ୍ଟକ ଏକ୍ଚଞ୍ଜେ ଫାଇଲିଙ୍ଗକୁ କୁହାଯାଇଥି କି, ଥର୍ମଲ ଇମେଜିଂଗ ଫାୟର କଣ୍ଟ୍ରୋଲ ସିଷ୍ଟମ (ଟିଆଇଏଫସିଏସ) ପାଇଁ ପାଞ୍ଚ ପ୍ରକାରର ଇଲେକ୍ଟ୍ରୋନିକ୍ସ କଣ୍ଟ୍ରୋଲ ସବ ସିଷ୍ଟମର ସପ୍ଲାଇ ସାମିଲ ହୋଇଛି, ଯାହା ଭାରତୀୟ ସଶସ୍ତ୍ର ବଳ ମଧ୍ୟରେ ବଣ୍ଟନ କରାଯିବ । ଏକ ବର୍ଷ ମଧ୍ୟରେ ପାରସ ଡିଫେନ୍ସ ଏହା ଉପରେ କାମ କରିବ । ଏହି ଘୋଷଣା ପରେ ବିଏସଇ ଉପରେ ପାରସ ଡିଫେନ୍ସର ସେୟାର ୫ ପ୍ରତିଶତ ବୃଦ୍ଧି କରିଛି । ଏହି ଲାଭ ଦ୍ୱାରା ମାର୍କେଟର ଇଣ୍ଟ୍ରା ଡେ ହୋଇଛି ୪ହଜାର କୋଟି ରୁ ଅଧିକ ।

ଏକ ବର୍ଷ ଆଗରୁ ୮.୭୬ କୋଟିରୁ ବାର୍ଷିକ ୪୪.୯ ପ୍ରତିଶତ ବଢି ୧୨.୭୦ କୋଟିର ଲାଭ କରିଥିଲା କମ୍ପାନୀ । ସେପ୍ଟେମ୍ବର ୨୦୨୪କୁ ଶେଷ ହୋଇଥିବା ତ୍ରୈମାସରେ ମୋଟ ୪୨.୨ ପ୍ରତିଶତ ବଢି ୮୮.୭୬ କୋଟି ଟଙ୍କା ହୋଇଥିଲା, ଯାହା ଗତବର୍ଷ ଦ୍ୱିତୀୟ ତ୍ରୈମାସରେ ୬୨.୪୧ ଥିଲା ।