ବିନା ଏକ୍ସରସାଇଜ, ଡାଏଟ କଣ୍ଟ୍ରୋଲରେ ମାସେ ଭିତରେ ହେବେ Slim & Trim

ଓଡିଶା ଭାସ୍କର: ଅନେକ ସମୟରେ ନିଜର ମୋଟାପା ପାଇଁ ଲଜ୍ଜିତ ହେବାକୁ ପଡିଥାଏ । ବାହାରକୁ ଯିବାକୁ ମଧ୍ୟ ଅନେକ ଅନିଚ୍ଛା ପ୍ରକାଶ କରନ୍ତି ଏହି କାରଣରୁ । ଅନେକ ଓଜନ କମାଇବାକୁ ବର୍ଷ ବର୍ଷ ଧରି ଖାଇବା ପିଇବାକୁ ନିୟନ୍ତ୍ରଣରେ ରଖିଥାନ୍ତି । ମନମାରି ସାଲାଟ, ଚର୍ବି ବିହୀନ ଖାଦ୍ୟ ଖାଆନ୍ତି । ତେବେ ଆମେ ଆପଣଙ୍କୁ ଏମିତି ସହଜ ଉପାୟ କହିବୁ, ଯାହାକୁ ଆପଣାଇ ଆପଣ ମାତ୍ର ଦିନ ୨୦ଟାରେ ନିଜକୁ ଅଇନାରେ ଦେଖି ଚିହ୍ନିପାରିବେ ନାହିଁ ।

ଯଦି ଆପଣ ବର୍ଷ ବର୍ଷ ଧରି ଡାଏଟରେ ଅଛନ୍ତି, ରେଗୁଲାର ଏକ୍ସରସାଇଜ କରୁଛନ୍ତି, ତଥାପି ଓଜନ କମିବାର ନାଁ ନେଉନି, ତେବେ ଆପଣଙ୍କ ପାଇଁ ଏହି ଉପାୟ ନିଶ୍ଚିତ କାମ ଦେବ । ଆଗରୁ ଆପଣେଇଥିବା ଉପାୟକୁ ଭୁଲି ନିଜ ମେଟାବଲିଜିମକୁ ଠିକ କରିବାକୁ ଚେଷ୍ଟା କରନ୍ତୁ । ଏଥିପାଇଁଁ ଏହି କେତୋଟି ଉପାୟକୁ ଗ୍ରହଣ କରନ୍ତୁ, ଦେଖିବେ ଫଟାଫଟ ଲାଭ ମିଳିବ । ଏଥିପାଇଁ ପ୍ରଥମ କାମ ହେଲା, ସକାଳୁ ଉଠି ଗୋଟିଏ ଗ୍ଲାସ ସାମାନ୍ୟ ଗରମ ପାଣି ପିଅନ୍ତୁ ।

ଏହା ପରେ କେତୋଟି ଯୋଗ ଷ୍ଟେପ ଆପଣାନ୍ତୁ । ଯେମିତି ସୂର୍ଯ୍ୟ ନମସ୍କାର, ଉଦ୍ଧ୍ୱର୍ହସ୍ତାସନ, ବୃକ୍ଷାସନା ଏହି ସବୁ ଯୋଗାସନ ମେଟାବଲିଜିମକୁ ବଢାଇବାରେ ସାହାଯ୍ୟ କରେ, ଯାହା ଓଜନ କମାଇବା କାମ କରେ । ଏହା ବ୍ୟତୀତ ବଡି ମସାଜରେ ମଧ୍ୟ ମେଟାବଲିଜିମ ବୁଷ୍ଟ ହୋଇଥାଏ । ମସାଜ ଦ୍ୱାରା ମାଂସପେଶୀ ମଜବୁତ ହୁଏ, ବ୍ଲଡ ସର୍କ୍ୟୁଲେସନ ଠିକ ହୁଏ । ତେବେ ମସାଜ ପାଇଁ ରାଶି ତେଲ, ଏଲୋବେରା ତେଲ ଓ ନଡିଆ ତେଲର ବ୍ୟବହାର କରିପାରିବେ । ଏହି ତେଲ ସ୍କିନକୁ ଚମକଦାର କରେ ।

ଏହା ପରେ ସକାଳ ଜଳଖିଆ କରନ୍ତୁ । ଜଳଖିଆ ଗ୍ରହଣର ଘଣ୍ଟାଏ ପରେ ବହୁତ ପାଣି ପିଅନ୍ତୁ । ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଖାଦ୍ୟ ଗ୍ରହଣର ସମୟ ଠିକ କରିବା ଦରକାର । ସକାଳ ଜଳଖିଆ ୯ଟାରେ, ମଧ୍ୟାହ୍ନ ଭୋଜନ ୨ଟାରେ ଓ ରାତ୍ରୀ ଭୋଜନ ୮ଟା ମଧ୍ୟରେ କରିବାକ ଜରୁରୀ ।