(Breaking) ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ବିବେକ ଦେବରୟଙ୍କ ୬୯ ବର୍ଷରେ ପରଲୋକ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିଜ୍ଞ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ବିବେକ ଦେବରୟଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ଦିଲ୍ଲୀ ଏମ୍ସରେ ସକାଳ ୭ଟାରେ ଦେବରୟ ଅନ୍ତନାଳୀରେ ଅବରୋଧ ପାଇଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷଭାବେ ୨୦୧୭ ସେପ୍ଟେମ୍ବରରୁ କାମ କରିଆସୁଥିଲେ । ଏଥିସହ ଅମୃତ କାଳ ପାଇଁ ହୋଇଥିବା ବିଭିନ୍ନ ଆର୍ଥିକ କାମର ପ୍ରସ୍ତୁତି ପାଇଁ ଗଠିତ ଫାଇନାନ୍ସ ଏକ୍ସପର୍ଟ କମିଟିରେ ମଧ୍ୟ ଅଧ୍ୟକ୍ଷତା କରିଥିଲେ ।

ତାଙ୍କ ଅକାଳ ବିୟୋଗ ଖବରରେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି କି, ଉକ୍ରୃଷ୍ଟ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଅର୍ଥନୀତି ସହ ଇତିହାସ, ସଂସ୍କୃତି, ରାଜନୀତି, ଧର୍ମ ଆଦି ସବୁ କ୍ଷେତ୍ରରେ ଅଗାଢ ଜ୍ଞାନ ରହିଥିଲା । ତାଙ୍କ କାମ ଭାରତୀୟ ବୌଦ୍ଧିକ ଦୃଶ୍ୟପଟ୍ଟରେଏକ ଛାପ ଛାଡି ଯାଇଛନ୍ତି । ସର୍ବସାଧାରଣ ନୀତିରେ ନିଜର ଯୋଗଦାନ ଦେବା ସହ ଆଗାମୀ ପିଢି ପାଇଁ ପୌରାଣିକ ବିଷୟ ଉପରେ କାମ କରିଛନ୍ତି ।

୧୯୫୫ ଜାନୁଆରୀ ୨୫ରେ ମେଘାଳୟରେ ଜନ୍ମିତ ଦେବରୟ ଜଣେ ବଙ୍ଗାଳୀ ହିନ୍ଦୁ ଥିଲେ । ସେ ତାମ ପ୍ରାରମ୍ଭିକ ଶିକ୍ଷା ରାମକୃଷ୍ଣ ମିଶନ ବିଦ୍ୟାଳୟରୁ ଶେଷ କରିଥିଲେ । ତା ପରେ କୋଲକାତାର ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ ସାରି ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ନାମ ଲେଖାଇଥିଲେ । ଏହା ପରେ ଟ୍ରିନିଟି କଲେଜ, କେମ୍ବିଜରୁ ଇକୋନୋମିକ୍ସରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।