ନେପାଳ ନୋଟରେ ବିଭ୍ରାନ୍ତିକର ଫଟୋ, ଭାରତର ଅଂଶକୁ କହୁଛି ନିଜର

ନୂଆଦିଲ୍ଲୀ: ପଡୋଶୀ ନେପାଳର ୧୦୦ ଟଙ୍କିଆ ନୋଟକୁ ନେଇ ବିବାଦ । ଏହା ପଛରେ ଚୀନର କୁଚକ୍ରାନ୍ତ ଥିବା କରାଯାଉଛି ଆଶଙ୍କା । ନେପାଳ ସରକାର ୧୦୦ ଟଙ୍କିଆର ନୂଆ ନୋଟ ଛାପିଛି । ଏଥିରେ ଥିବା ଚିତ୍ରରେ ଉତ୍ତରାଖଣ୍ଡର ଅଂଶକୁ ନିଜର ବୋଲି ଦର୍ଶାଇଛି । ଏହି ନୋଟ ଚୀନ କମ୍ପାନୀ ଦ୍ୱାରା ଛପା ଯାଇଥିବାରୁ ଏହା ପଛରେ ଚୀନର ମସୁଧା ଥିବା କୁହାଯାଉଛି । ଉତ୍ତରାଖଣ୍ଡ ନେପାଳ ସୀମାନ୍ତରେ ଥିବା ୩୭୨ ବର୍ଗ କିଲୋମିଟର ବିବାଦୀୟ ଭୂମିକୁ ନେପାଳ ତାର ବୋଲି ଦାବି କରିଛି ନୋଟରେ ।

କାଠମାଣ୍ଡୁର ସେଣ୍ଟ୍ରାଲ ବ୍ୟାଙ୍କ ଚୀନର ଏକ କମ୍ପାନୀ ଚାଇନା ବ୍ୟାଙ୍କନୋଟ ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନକୁ ନୋଟ ଛାପିବା କାମ ଦେଇଥିଲା । ଏଥିରେ ୧୦୦ ଟଙ୍କିଆ ନୋଟର ରିଡିଜାଇନିଂ, ପ୍ରିଣ୍ଟିଂ ଆଣ୍ଡ ସପ୍ଲାଇ କାମ ସାମିଲ ଥିଲା । ମୋଟ ୩୦୦ ମିଲିୟନ କପି ପାଇଁ ଅର୍ଡର ଦିଆଯାଇଥିଲା । ଏଥିରେ ବିବାଦିତ ସ୍ଥାନକୁ ନେପାଳ ନିଜ ଅଞ୍ଚଳ ଭାବେ ଦର୍ଶାଇଛି । ଏହି ନିଷ୍ପତ୍ତି ଚଳିତ ମେ ମାସରେ ପୁଷ୍ପ କମଲ ଦହଲ ସରକାର ସମୟରେ ନିଆଯାଇଥିଲା ।

ତେବେ ଟଙ୍କାର ଡିଜାଇନ ପରିବର୍ତ୍ତନ ପାଇଁ ଭାରତ ଦାବି କରୁଛି । ଏହି ପରିବର୍ତ୍ତନ ଅଧିକାର ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ରହିଛି । ତଥାପି ବ୍ୟାଙ୍କ ସରକାରଠାରୁ ପରିବର୍ତ୍ତନ ପାଇଁ ନୂଆ ସରକାର ଆସିବା ପରେ ପଦକ୍ଷେପ ନ ନେଇ ପୁରୁଣା ଯୋଜନାରେ କାମ କରିବା ଚିନ୍ତା ବଢାଇଛି ।

ଏଠାରେ କହି ରଖୁ କି, ସାରା ବିଶ୍ୱ କୋଭିଡ ସହ ଲଢୁଥିବା ବେଳେ ନେପାଳ ନୂଆ ଏକ ରାଜନୈତିକ ନକ୍ସା ଜାରି କରିଥିଲା, ଯେଉଁଥିରେ ଲିପୁଲେଖ, ଲିମ୍ପିୟାଧୁରା, କଳାପାଣିକୁ ନିଜ ଅଞ୍ଚଳ ଭାବେ ସାମିଲ କରିଥିଲା । ସେତେବେଳେ ମଧ୍ୟ ଭାରତ ଏହି ନକ୍ସା ଉପରେ କଡା ବିରୋଧ ପ୍ରଦର୍ଶନ କରିଥିଲା ।