ସାଇବର ଆଟାକ୍ ଦେଶ ପାଇଁ ଏକ ବଡ଼ ବିପଦ: ୨୦୩୩ ସୁଦ୍ଧା ପ୍ରତିବର୍ଷ ହେବ ୧ ଲକ୍ଷ କୋଟି ସାଇବର ଆଟାକ୍; ଆଶ୍ଚର୍ଯ୍ୟ କରିଦେବ ରିପୋର୍ଟ

ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ଲଗାତାର ଭାବରେ ଦେଶର ନିରୀହ ଲୋକଙ୍କୁ ଶିକାର କରୁଛନ୍ତି । ସାଇବର ଆଟାକର ଗ୍ରାଫ୍ ଲଗାତାର ଭାବେ ବୃଦ୍ଧି ପାଉଛି । ଏହି ସାଇବର ଆଟାକ୍ ଉପରେ ଏନଜିଓ ପ୍ରହାରର ‘The Invisible Hand Report’ ସମସ୍ତଙ୍କୁ ଚକିତ କରିଛି ।

ଏବେ ବନ୍ଦ ନକଲେ ପରିସ୍ଥିତି ହୋଇଯିବ ବିପଜ୍ଜନକ :-

ରିପୋର୍ଟ ଅନୁଯାୟୀ, ଯଦି ଏହି ଆକ୍ରମଣଗୁଡିକ ବର୍ତ୍ତମାନ ବନ୍ଦ ନହୁଏ, ତେବେ ଏହା ୨୦୩୩ ସୁଦ୍ଧା ବହୁତ ବିପଜ୍ଜନକ ହୋଇଯିବ । ଏହାର ସଂଖ୍ୟା ବାର୍ଷିକ ୧ ଲକ୍ଷ କୋଟିରେ ପହଞ୍ଚିପାରେ । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୪୭ ମସିହାରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କଲାବେଳେ ସାଇବର ଆଟାକ୍ ପ୍ରତିବର୍ଷ ୧୭ ଲକ୍ଷ କୋଟିରେ ପହଞ୍ଚିପାରେ ।

ଶକ୍ତିଶାଳୀ ସାଇବର ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ :-

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ଏହାର ମୁକାବିଲା କରିବାକୁ ଚାହୁଁଛନ୍ତି, ତେବେ ଜାତୀୟ ସୁରକ୍ଷା ପାଇଁ ଏକ ଦୃଢ଼ ସାଇବର ସୁରକ୍ଷା ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ରହିଛି । ‘ପ୍ରହାର’ର ସଭାପତି ଅଭୟ ମିକ୍ସାଙ୍କ ଅନୁଯାୟୀ ବର୍ତ୍ତମାନ ଦୁଇ ପ୍ରକାର ସାଇବର ଆଟାକ୍ ହେଉଛି । ପ୍ରଥମଟିରେ ପାରମ୍ପାରିକ ହ୍ୟାକର୍ସ ଅନ୍ତର୍ଭୁକ୍ତ, ଯେଉଁମାନେ ଟଙ୍କା ରୋଜଗାର ପାଇଁ ସିଷ୍ଟମରେ ଥିବା ଦୁର୍ବଳତାର ସୁଯୋଗ ନେଇଥାନ୍ତି । ଦ୍ୱିତୀୟଟି ଆହୁରି ବିପଜ୍ଜନକ ।

୨୦୨୩ ରେ ୭.୯ କୋଟିରୁ ଅଧିକ ସାଇବର ଆକ୍ରମଣ

‘The Invisible Hand Report’ ଅନୁଯାୟୀ, ୨୦୨୩ ରେ ୭.୯ କୋଟିରୁ ଅଧିକ ସାଇବର ଆଟାକ୍ ହୋଇଛି । ଆଟାକ୍ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଏହି ଆଟାକ୍ ଲଗାତାର ଭାବରେ ବୃଦ୍ଧି ପାଉଛି ଏବଂ ଗୋଟିଏ ବର୍ଷରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି । କେବଳ ୨୦୨୪ ର ପ୍ରଥମ ତ୍ରୈ ମାସରେ ଆଟାକ୍ ସଂଖ୍ୟା ୫୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

୧୭୫୦ କୋଟିରୁ ଅଧିକ କ୍ଷତି :-

ଏଥି ସହିତ ୨୦୨୩ ତୁଳନାରେ ୨୦୨୪ ର ଦ୍ୱିତୀୟ ତ୍ରୈ ମାସରେ ସାଇବର ଆଟାକରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି । ରିପୋର୍ଟ ଅନୁଯାୟୀ, ୨୦୨୪ ର ପ୍ରଥମ ୪ ମାସରେ ସାଇବର ଅପରାଧ ହେତୁ ଭାରତୀୟମାନେ ୧୭୫୦ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି । ଏହି ସମୟ ମଧ୍ୟରେ ଆଟାକର ଶିକାର ହୋଇଥିବା ବ୍ୟକ୍ତିମାନେ ୭ ଲକ୍ଷ ୪୦ ହଜାର ଅଭିଯୋଗ ଦାଖଲ କରିଥିଲେ ।