ଏଣିକି ରାସନ କାର୍ଡ ଧାରକଙ୍କୁ ମିଳିବ କମ ଚାଉଳ, ସରକାର ୧ ନଭେମ୍ବରରୁ ଲାଗୁ କରିଛନ୍ତି ଏହି ନିୟମ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଯୋଜନାର ଲାଭ ସାରା ଦେଶର କୋଟି କୋଟି ଲୋକଙ୍କୁ ମିଳୁଛି। ସରକାରଙ୍କ ଅନେକ ଯୋଜନା ଦେଶର ଗରିବ ଲୋକଙ୍କ ପାଇଁ ହୋଇଥାଏ। ଭାରତରେ ଏବେବି ଲୋକେ ଖାଇବା ପାଇଁ ପାଉନାହାନ୍ତି। ସେହିଭଳି ଲୋକଙ୍କୁ ଭାରତ ସରକାର କମ ମୂଲ୍ୟରେ ରାସନ ଯୋଗାଉଛନ୍ତି। ତେବେ ଏହି ରାସନ କାର୍ଡରେ ବର୍ତ୍ତମାନ ନୂଆ ନିୟମ ପରିବର୍ତ୍ତନ ହୋଇଛି। ଆସନ୍ତୁ ଜାଣିବା..

ଭାରତ ସରକାର ୧ ନଭେମ୍ବରରୁ ରାସନ କାର୍ଡ ଧାରକଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଚାଉଳ ଏବଂ ଗହମକୁ ନେଇ ଲାଗୁ ହୋଇଛି। ପ୍ରଥମେ ଯେଉଁଠାରେ ରାସନ କାର୍ଡଧାରୀଙ୍କୁ ଭିନ୍ନ ଭିନ୍ନ ମାତ୍ରାରେ ରାସନ ମିଳୁଥିଲା। ଯେପରିକି ୩ କିଲୋ ଚାଉଳ ଆଣିଲେ ୨ କିଲୋ ଗହମ ମିଳୁଥିଲା। ହେଲେ ବର୍ତ୍ତମାନ ସରକାର ଏହି ନିୟମରେ ପରିବର୍ତ୍ତନ କରି ଚାଉଳ ଏବଂ ଗହମର ମାତ୍ରା ସମାନ କରିଛନ୍ତି।

ବର୍ତ୍ତମାନ ରାସନ କାର୍ଡ ଧାରକଙ୍କୁ ରାସନ କାର୍ଡରେ ଦୁଇ କିଲୋ ଗହମ ବଦଳରେ ଅଢେଇ କିଲୋ ଗହମ ଏବଂ ୩ କିଲୋ ଚାଉଳ ପରିବର୍ତ୍ତେ ଅଢେଇ କିଲୋ ଚଉଳ ମିଳିବ। ସରକାର ଅନ୍ତୋଦୟ କାର୍ଡରେ ମିଳୁଥିବା ୩୫ କିଲୋ ରାସନରେ ପରିବର୍ତ୍ତନ କରିଛନ୍ତି। ଯେଉଁଠାରେ ପ୍ରଥମେ ଅନ୍ତୋଦୟ କାର୍ଡରେ ୧୪ କିଲୋ ଗହମ ଏବଂ ୩୦ କିଲୋ ଚାଉଳ ଦିଆଯାଏ ସେଠାରେ ବର୍ତ୍ତମାନ ୧୮ କିଲୋ ଚାଉଳ ଏବଂ ୧୭ କିଲୋ ଗହମ ଦିଆଯିବ। ଏହି ନୂଆ ନିୟମ ୧ ନଭେମ୍ବରରୁ ଲାଗୁ ହୋଇସାରିଛି।