ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ରେଲୱେର ଗ୍ରୁପ-ଡି ପଦରେ ଥିବା ଖାଲି ସ୍ଥାନ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଅନଲାଇନ ଜରିଆରେ ପ୍ରାର୍ଥୀମାନେ ଆବଦେନ କରିପାରିବେ । ନଭେମ୍ବର ୧ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ ରହିଛଇ ନଭମ୍ବର ୩୦ ତାରିଖ । ତେବେ ଏହାର ଅଫିସିଆଲ ୱେବସାଇଟ www.rrcpryj.org କୁ ଯାଇ ଫର୍ମ ପୂରଣ କରିପାରିବେ ଇଚ୍ଛୁକ ପ୍ରାର୍ଥୀ ।
ପ୍ରାର୍ଥୀଙ୍କ ଯୋଗ୍ୟତା?
ଆରଆରସି ପ୍ରୟଗେରାଜ ତରଫରୁ ସ୍କାଉଟ୍ସ ଏବଂ ଗାଇଡସ କୋଟା ଅନ୍ତର୍ଗତ ଗ୍ରୁପ୍-ଡି’ର ଖାଲି ପଦବୀ ଗୁଡ଼ିକ ପୂରଣ କରାଯିବ । ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ ଇଣ୍ଟରମିଡିଏଟ କିମ୍ବା ଏହାର ସମକକ୍ଷ ୫୦ ପ୍ରତିଶତ ଅଙ୍କ ସହିତ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ସ୍ନାତକ ବା ପରସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ୫୦% ମାର୍କ ଅନିବାର୍ଯ୍ୟ ନୁହେଁ ।
ଟେକନିକାଲ ପଦ ଗୁଡ଼ିକରେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ହାଇ ସ୍କୁଲ/ଏସଏସଏଲସି ଏବଂ ଆଇଟିଆଇ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ କିମ୍ବା ହାଇ ସ୍କୁଲ/ଏସଏସଏଲସି ସହ ଆପ୍ରେଣ୍ଟିସସିପ୍ ପଊର୍ଣ୍ଣ କରିଥିବା ଆବଶ୍ୟକ । ଏହାବ୍ୟତୀତ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦-୩୩ ବର୍ଷ(ଅଧିକତମ ଆୟୁ ପଦ ଅନୁସାରେ) ରହିଥିବା ଆବଶ୍ୟକ । ସଂରକ୍ଷିତ ଶ୍ରେଣୀରୁ ଆସୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିୟମରେ ଛାଡ଼ ମିଳିପାରିବ । ଜାନୁୟାରୀ ୨୦୨୫ ଜାନୁୟାରୀ ଅନୁସାରେ ବୟସ ଗଣନା କରାଯିବ ।
କିପରି କରିବେ ଆବେଦନ?
- ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ www.rrcpryj.org କୁ ଯାଆନ୍ତୁ
- ୱେବସାଇଟର ହୋମ୍ ପେଜରେ ନୋଟିଫିାକସନକୁ ଯାଆନ୍ତୁ
- ବର୍ତ୍ତମାନ ନିଯୁକ୍ତି ସମ୍ବନ୍ଧୀୟ ଆବେଦନ ଲିଙ୍କ ଉପରେ କ୍ଲିକ କରନ୍ତୁ
- ନୂଆ ପେଜରେ ପ୍ରାର୍ଥୀ ପ୍ରଥମେ ନୂଆରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ କରି ପଞ୍ଜିକରଣ କରନ୍ତୁ
- ଏହାପରେ ପ୍ରାର୍ଥୀ ଅନ୍ୟାନ୍ୟ ଥଥ୍ୟ ପୂରଣ କରି ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ
- ଶେଷରେ ଆବେଦନ ଶୁଳ୍କ ଜମା କରିବା ସହ ଫର୍ମର ଏକ ପ୍ରିଣ୍ଟ ଆଉଟ ରଖି ନିଅନ୍ତୁ ।