କେନ୍ଦ୍ରାପଡା: ବିଜେଡି ନେତା ମିଛ କହୁଥିଲେ । କେନ୍ଦ୍ରାପଡା ଛାଡିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ । ଏନେଇ ଆଜି ସୂଚନା ଦିଇଛନ୍ତି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ କମ୍ପାନୀ ୨୪ ନିୟୁତ ଟନ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା ବସାଇବା ପାଇଁ ଚୂକ୍ତି ସରିଛି । ତେବେ ଜାତୀୟ ଗଣମାଧ୍ୟମରେ ଆନ୍ଧ୍ର ପ୍ରଦେଶରେ କମ୍ପାନୀ ଏକ ମେଗା ପ୍ରଜେକ୍ଟ କରିବା ନେଇ ଖବର ପ୍ରକାଶ ପାଇବା ପରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ କି, କେନ୍ଦ୍ରାପଡାରେ କମ୍ପାନୀ ପ୍ରୋଜେକ୍ଟ କରିବ ନାହିଁ ।
ତେବେ କମ୍ପାନୀ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । କେନ୍ଦ୍ରାପଡା ଛାଡିବନି କମ୍ପାନୀ ବୋଲି ସେ କହିଛନ୍ତି । ଏଥିସହ, କମ୍ପାନୀ ଆନ୍ଧ୍ରରେ ଅନ୍ୟ ଏକ ମେଗା ପ୍ରକଳ୍ପ ସ୍ଥାପନ କରୁଥିବା ସେ କହିଛନ୍ତି । ଏହା ବ୍ୟତୀତ କମ୍ପାନୀ ପାରାଦୀପରେ ଏକ ୭ ନୁୟୁତ ଟନ କ୍ଷମତାର ଇସ୍ପାତ କାରଖାନା ସ୍ଥାପନ କରୁଛି । ଏହାକ କାମ ମଧ୍ୟ ଆରମ୍ଭ ହୋଇଗଲାଣି ।
ଆନ୍ଧ୍ରରେ କମ୍ପାନୀର ମେଗା ପ୍ରକଳ୍ପକୁ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ ଉପରେ ପ୍ରତାପ ଜେନା ସରକାରକୁ ଘେରିବାକୁ ଚେଷ୍ଟା କରିଥିଲେ । ଜେନା କହିଥିଲେ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କେନ୍ଦ୍ରାପଡାରୁ ଚାଲିଯିବା ଓଡିଶା ପାଇଁ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ, ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଯାଇ କମ୍ପାନୀକୁ କେନ୍ଦ୍ରାପଡାରେ ପ୍ରକଳ୍ପ କରାଇବାକୁ ମନାଇଥିଲେ । କମ୍ପାନୀ ମଧ୍ୟ ସହମତି ଦେଇଥିଲା । କିନ୍ତୁ ବର୍ତ୍ତମାନର ସରକାର ପାଇଁ କମ୍ପାନୀ ତାର ପ୍ରକଳ୍ପ ଆନ୍ଧ୍ରକୁ ଉଠାଇ ନେଉଛି ।