ମହିଳାଙ୍କୁ ମାସିକ ୨୫୦୦, ୪୫୦ ଟଙ୍କାରେ ମିଳିବ ସିଲିଣ୍ଡର…, ଝାଡ଼ଖଣ୍ଡରେ ଏପରି ୭ଟି ଗ୍ୟାରେଣ୍ଟି ଦେଲା I.N.D.I.A

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଇଏନଡିଏ ବ୍ଲକ ପକ୍ଷରୁ ଆଜି (ନଭେମ୍ବର ୦୫) ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ମେଣ୍ଟର ଏହି ଇସ୍ତାହାରରେ ମହିଳାଙ୍କ ପାଇଁ ମାସିକ ୨୫୦୦ ଟଙ୍କା, ୪୫୦ ସିଲିଣ୍ଡର ଓ ଗରିବ ପରିବାରକୁ ରାସନ ଭଳି ଘୋଷଣା ଭଳି ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ, ଜେଏମଏମ, ଆରଜେଡି ଏବଂ ସିପିଆଇଏମ ମିଳିତ ଭାବେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ଇସ୍ତାହାର ଜାରି କରିବା ସହ ଜନସାଧାରଣଙ୍କୁ ୭ଟି ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ସୋରେନ କହିଛନ୍ତି, ମହାମେଣ୍ଟର ସମସ୍ତ ନେତା ଆଜି ଏଠାରେ ଏକାଠି ହୋଇ ସାତଟି ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି, ଯାହାକୁ ଆମେ ରାଜ୍ୟରେ ସରକାର ଗଠନ କରିବା ପରେ ପ୍ରାଥମିକତା ଭିତ୍ତିରେ ଅନୁସରଣ କରିବୁ। ଚାଷୀଙ୍କ ପାଇଁ ଧାନର ଏମଏସପି ୨୪୦୦ ଟଙ୍କାରୁ ୩୨୦୦ ଟଙ୍କାକୁ ବୃଦ୍ଧି କରାଯିବା ସହ ତେନ୍ତୁଳି, ମହୁଆ, ଲକ୍ଷ, ତସର, କରଞ୍ଜ, ଚିରଞ୍ଜି, ସାଲ ବିହନ ଇତ୍ୟାଦିର ସହାୟକ ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି କରାଯିବ। ରାଜ୍ୟରେ ଡିଗ୍ରୀ କଲେଜ ଓ ଇଞ୍ଜିନିୟରିଂ, ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏଥିସହିତ ଜିଲ୍ଲା ସଦର ମହକୁମାରେ ୫୦୦ରୁ ୫୦୦ ଏକର ର ଏକ ଶିଳ୍ପ ପାର୍କ ନିର୍ମାଣ କରାଯାଇ ରୋଜଗାର ଯୋଗାଇ ଦିଆଯିବ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ କୁ ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଲା  I.N.D.I.A

୧. ମାସକୁ ୭ କେଜି ରାସନ ବ୍ୟକ୍ତି ପିଛା ୪୫୦ ଏଲପିଜି ସିଲିଣ୍ଡର ।
୨. ସଂରକ୍ଷଣ ଏସଟି ୨୮%, ଏସସି ୧୨%, ଓବିସି ୨୭%।
୩. ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ।
୪. ସରନା ଧର୍ମ କୋଡ୍ ।
୫. ୧୦ ଲକ୍ଷ ସରକାରୀ ଚାକିରି, ୧୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ।
୬. ଧାନର ଏମଏସପି କୁଇଣ୍ଟାଲ ପିଛା ୩୨୦୦ ଟଙ୍କା ।
୭. ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଇଞ୍ଜିନିୟରିଂ କଲେଜ, ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ।