fbpx

ଅତି ଆବଶ୍ୟକ ନଥିଲେ ଏହି ୪ଟି ହସ୍ପିଟାଲକୁ ନଆସିବା ପାଇଁ ପରାମର୍ଶ ଦେଲେ କଟକ ଜିଲ୍ଲାପାଳ

କଟକ, ୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟର କଟକ ସହରରରେ ମଧ୍ୟ ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକ ନଥିଲେ କଟକର ଏହି ୪ଟି ହସ୍ପିଟାଲକୁ ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ୪ଟି ହସ୍ପିଟାଲ ଗୁଡ଼ିକ ହେଉଛି ଆଚାର୍ଯ୍ୟ ହରିହର, ଏସସିବି, ଶିଶୁଭବନ ଓ ସିଟି ହସ୍ପିଟାଲ । କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏଥିସହିତ ସଟଡାଉନ ସମୟ ସୀମା ମଧ୍ୟରେ ସଂକ୍ରମଣ ଚେନକୁ ଭାଙ୍ଗିବୁ ବୋଲି ଜିଲ୍ଲାପାଳ କହିଛନ୍ତି । ସହରରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ତଥାପି ପରିସ୍ଥିତି ନଜରରେ ରଖି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.