ବଲାଙ୍ଗିର: ରାସନ କାର୍ଡ କରାଇବାକୁ କହି ବିଧବାଙ୍କୁ ଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଛି । ଆଗଲପୁର ଥାନା ବୁଦୁଲା ଯୋଗାଣ ସହାୟକଙ୍କ ନାଁରେ ଅଭିଯୋଗ ହୋଇଛି । ରାସନକାର୍ଡ କରାଇବା ପାଇଁ ଯାଇଥିବା ବେଳେ ବିଧବାଙ୍କୁ ଦୁଷ୍କର୍ମ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଛି ।
ସୂଚନାନୁଯାୟୀ, ଦେଢ ବର୍ଷ ତଳେ ଦୁଷ୍କର୍ମ କରିଥିବା ଆଗଲପୁର ଥାନାରେ ଏତଲା ହୋଇଛି । ବିଧବା ଜଣକ ଲୋକଲଜ୍ୟା ଭୟରେ କାହାକୁ ଏହି ବିଷୟରେ କହିପାରନଥିଲେ ବୋଲି ଏତଲାରେ ଉଲ୍ଲେଖ ଅଛି । ବର୍ତ୍ତମାନ ଏହି ଦୁଷ୍କର୍ମର ଭିଡିଓ ଭାଇରାଲ ହେବା ପରେ ପୀଡିତା ଥାନାରେ ଏତଲା ଦେଇଛନ୍ତି । ଯୋଗାଣ ସହାୟକ ଓ ଅନ୍ୟ ଜଣେ ସହଯୋଗୀଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗ ପରେ ୨ ଜଣ ଫେରାର ଥିବା ସୂଚନା ରହିଛି ।
ଚାଉଳ ଦେବାକୁ ଡାକି ବିଧବାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି। ବୁଦୁଳା ଯୋଗାଣ ସହାୟକ ଓ ସହଯୋଗୀଙ୍କ ଉପରେ କର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ରହିଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗାଣ ନିରୀକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଷ୍କର୍ମ ଓ ଭିଡିଓ ଭାଇରାଲକୁ ନେଇ ଥାନାରେ ଏତଲା କରିଥିଲେ ମହିଳା। ତେବେ ଫେରାର ୨ ଜଣଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଲା ପୋଲିସ।