ଗ୍ରାହକଙ୍କ ପାଇଁ ଖୁସି ଖବର: ୧୮୦୦ ଟଙ୍କା କମିଲା ସୁନା ଦର

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର। ସୁନା ଦର ଆଜି ବହୁ ମାତ୍ରାରେ ହ୍ରାସ ପାଇଛି। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ରହିଛି। ଏହା ପୂର୍ବରୁ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ଦର ଥିଲା ୭୩ ହଜାର ୮୦୦ ଟଙ୍କା ରହିଥିଲା। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୭୯୦ ଟଙ୍କା ହ୍ରାସ ପାଇଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରେ ସୁନା ଦର ହ୍ରାସ ପାଇଛି।

ସୁନା ଦର ବୃଦ୍ଧି-ହ୍ରାସ ଘଟିବା ଲାଗି ରହିଛି । ଗତକାଲି ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । ରାଜଧାନୀ ଦିଲ୍ଲୀର ଫ୍ୟୁଚର ବଜାରରେ ବୁଧବାର ଦିନ ସୁନା ମୂଲ୍ୟ ୧୫୦ ଟଙ୍କା ହ୍ରାସ ଘଟିବା ସହ ୧୦ ଗ୍ରାମ ପିଛା ୮୧ ହଜାର ୧୫୦ ଟଙ୍କା ହୋଇଥିଲା । ଜ୍ୱେଲର୍ସ ଏବଂ ରିଟେଲ ଦୋକାନୀମାନଙ୍କୁ ଦାବି କାରଣରୁ ସୁନାର ମୂଲ୍ୟ କମିବା ଦେଖିବାକୁ ମିଳିଛି । ଅଖିଳ ଭାରତୀୟ ବଜାର ସଂଘ ସୁନା ମୂଲ୍ୟରେ ହୋଇଥିବା ଏହି ପରିବର୍ତ୍ତନର ସୂଚନା ଦେଇଥିଲା ।

ଆଜି ମଧ୍ୟ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ସେହିପରି ରୂପା ଦର ଜାତୀୟ ସ୍ତରରେ ଅପରିବର୍ତ୍ତିତ ରହି କିଲୋଗ୍ରାମ ପିଛା ୯୬ ହଜାର ୭୦୦ ଟଙ୍କା ରହିଥିଲା। ଦିଲ୍ଲୀରେ ସୋମବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇ ୮୦ ହଜାର ୭୫୦ ଟଙ୍କା ହୋଇଥିଲା। ଏହା ପୂର୍ବରୁ ଏହା ୮୦ ହଜାର ୯୦୦ ଟଙ୍କାରେ ବନ୍ଦ ହୋଇଥିଲା ।