ନୂଆଦିଲ୍ଲୀ: ବିଶ୍ବରେ ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ବିଭିନ୍ନ ସ୍ଥାନରେ ବିବାହ ବିଭିନ୍ନ ଉପାୟରେ ହୋଇଥାଏ । ତେବେ ଏଭଳି ଏକ ବାହାଘର ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ବିନା ପୋଷାକରେ ବାହାଘରକୁ ଆସିଥିଲେ । ଏପରିକି ବର କିମ୍ବା କନ୍ୟା ଦେହରେ ମଧ୍ୟ ପୋଷାକ ନଥିଲା । ଅନେକ ଅତିଥି ଆଖିରେ ପଟି ବାନ୍ଧି ରହିଥିଲେ । ଏହି ଆଶ୍ଚର୍ଯ୍ୟଜନକ ବିବାହ ଜାମାଇକର ଏକ ରିସୋର୍ଟରେ ହୋଇଥିଲା ।
2003 ରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଏହି ବିବାହ ହୋଇଥିଲା। ଏହି ବିବାହ ସମାରୋହରେ 29 ଦମ୍ପତି ବିବାହ କରିଥିଲେ ଏବଂ ସମସ୍ତେ ବିନା ପୋଷାକରେ ସମସ୍ତ ବିବାହ ରୀତିନୀତି କରିଥିଲେ । ହୋଟେଲ ନିକଟ ସମୁଦ୍ର କୂଳରେ ଥିବା ଲନ୍ ଉପରେ ଅନୁଷ୍ଠିତ ହୋଇଥିବା ବେଳେ ଏକ ଘଣ୍ଟା ଧରି ସମାରୋହ ପାଇଁ ସମସ୍ତ ଦମ୍ପତି ଉଲଗ୍ନ ହୋଇଥିଲେ । ଏହି ବିବାହର ସବୁଠାରୁ ଅନନ୍ୟ ବିଷୟ ହେଉଛି ଏଠାରେ ଏକାଥରେ 29 ଦମ୍ପତି ବିନା ପୋଷାକରେ ଏକାଠି ବିବାହ କରିଥିଲେ । ଏଥିରେ ଋଷିଆ, ଆମେରିକା ଏବଂ କାନାଡର ଅଧିବାସୀ ମଧ୍ୟ ସାମିଲ ରହିଥିଲେ । ଏହି ସମାରୋହରେ ଏକ କନ୍ୟାର 18 ବର୍ଷୀୟ ଝିଏ ଏବଂ ତାଙ୍କ ବୟଫ୍ରେଣ୍ଡଲ ମଧ୍ୟ ବିବାହରେ ସାମିଲ ହୋଇଥିଲେ । ସେମାନେ ଏହି ବିବାହରେ ଆଖିରେ ପଟି ବାନ୍ଧି ସାମିଲ ହୋଇଥିଲେ । ତେବେ ବିନା ପୋଷାକରେ ଆଜି ଯାଏଁ କେଉଁଠି ବାହାଘର ହୋଇନଥିବା ବେଳେ ଏହା ଅନନ୍ୟ ଅଟେ ।