କେମିତି କରିବେ ମେଟ୍ରିକର ଫର୍ମ ପୂରଣ, କଣ ରହିଛି ବ୍ୟବସ୍ଥା?

ଭୁବନେଶ୍ୱର: ମେଟ୍ରିକ ପରୀକ୍ଷା ପାଇଁ ଆରମ୍ଭ ହେଲା ଫର୍ମ ଫିଲଅପ ପ୍ରକ୍ରିୟା । ଆସନ୍ତା ୨୦୨୫ରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ରେଗୁଲାର ଓ ଏକ୍ସରେଗୁଲାରଙ୍କ ପାଇଁ ଅନଲାଇନରେ ହେଉଥିବା ବେଳେ ଅଫଲାଇନରେ କରେସପଣ୍ଡେଣ୍ଟ ଓ କରେସ୍ପଣ୍ଡେଣ୍ଟ ଏକ୍ସ ରେଗୁଲାରଙ୍କ ପାଇଁ ହେଉଛି । ଏହି ପ୍ରକ୍ରିୟା ଆସନ୍ତା ୧୮ ତାରିଖ ଯାଏ ଚାଲିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆପ୍ଲିକେସନ ଫର୍ମ ପ୍ରକାଶ ପାଇଛି ।

ଏଥିପାଇଁ ପରୀକ୍ଷାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ bseodisha.ac.in କୁ ଯାଇ ଦିଆଯାଇଥିବା ଫର୍ମ ପୂରଣ କରିବାକୁ ହେବ । ତେବେ କିପରି କରିବେ ଫର୍ମ ଫିଲପ ଆସନ୍ତୁ ଜାଣିବେ ।

ପ୍ରଥମେ ଅଫିସିଆଲ ସାଇଟ bseodisha.ac.in କୁ ଯାଇ ଫର୍ମ ଲିଙ୍କରେ କ୍ଲିକ କରନ୍ତୁ । ଏକ ନୂଆ ପୃଷ୍ଠା ଖୋଲିବ, ଓ ପଚରା ଯାଇଥିବା ତଥ୍ୟ ପ୍ରଦାନ କରିବାକୁ ହେବ । ଫଳରେ ସ୍କ୍ରିନରେ ଆପ୍ଲିକେସନ ଫର୍ମ ଓପନ ହେବ । ଆବେଦନ ପତ୍ର ଡାଉନଲୋଡ କରନ୍ତୁ । ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ସମ୍ପର୍କରେ ପଚରା ଯାଇଥିବା ସବୁ ତଥ୍ୟ ସଠିକ ଭାବେ ଦେବାକୁ ହେବ ।

ଫର୍ମ ପୂରଣ ସମୟରେ ଅଭିଭାବକ ବା କେହି ଜାଣିଥିବା ବ୍ୟକ୍ତି ସାଙ୍ଗରେ ରହିଲେ ଏହା ପିଲାଙ୍କୁ ସହାୟକ ହେବ । କୌଣସି ଭୁଲ ହେବାର ସାମାନ୍ୟତମ ଆଶଙ୍କା ମଧ୍ୟ ରହିବ ନାହିଁ । ଏହି ପ୍ରକ୍ରିୟା ନଭେମ୍ବର ୧୮ ଦିନ ୧୧ଟା ୪୫ ଯାଏଁ ଚାଲିବ । ତେଣୁ ଫର୍ମ ପୂରଣ କରିବା ଆଗରୁ ଛାତ୍ର, ଛାତ୍ରୀ ଅଫିସିଆଲ ସାଇଟ ଭିଜିଟ କରିବା ସହ ସବୁ ଅପସନ ଓ ଆବଶ୍ୟକ ହେଉଥିବା ଦସ୍ତାବିଜ ବିଷୟରେ ଜାଣି ନିଅନ୍ତୁ ତଥା ସେସବୁୁ ସଂଗ୍ରହ କରି ନିଅନ୍ତୁ ।