ଆପଣଙ୍କ ସୁନା କେତେ purity ? କେବଳ ଏହି ଗୋଟିଏ ନମ୍ବରରୁ ହେବ ଖୁଲାସା

ନୂଆଦିଲ୍ଲୀ: ସୁନାର ଶୁଦ୍ଧତାକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ । ସୁନା କେତେ ଶୁଦ୍ଧ, ଏଥିରେ କେତେ ମିଶିଛି ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ଆସିଥାଏ । ତେବେ ସୁନାରେ ହଲମାର୍କ ନେଇ ସରକାର ନୂଆ ନିୟମ କରିଛନ୍ତି । ବର୍ତ୍ତମାନ ଏହି ନିୟମ ଆଉ 18 ଟି ସହରରେ ଲାଗୁ କରାଯାଇଛି । ସରକାରଙ୍କ ନୂତନ ନିୟମ ଅନୁଯାୟୀ, ସୁନାରେ ଏହି ସଂଖ୍ୟା ବିନା ସୁନା ଅଳଙ୍କାର ବିକ୍ରୟ କରିପାରିବେ ନାହିଁ ।

ଅପମିଶ୍ରିତ ସୁନା ଅଳଙ୍କାର ଏବଂ ଟିକସ ଛାଡକୁ ରୋକିବା ପାଇଁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏହି ନିୟମ ଅନୁଯାୟୀ, ପ୍ରତ୍ୟେକ ଅଳଙ୍କାର ଉପରେ ହଲମାର୍କ ରହିବା ଜରୁରୀ ଅଟେ ।  ଏହି ମାର୍କ କିମ୍ବା ବିଏସ୍ ନମ୍ବର କେବଳ ସୁନାର ଶୁଦ୍ଧତାକୁ ଗ୍ୟାରେଣ୍ଟି ଦେଇନଥାଏ, ଅଳଙ୍କାର କେଉଁଠାରେ ଏବଂ କେବେ ତିଆରି ହୋଇଥିଲା ତାହା ମଧ୍ୟ ଜାଣି ହୋଇଥାଏ । ବର୍ତ୍ତମାନ ସରକାର ଏହି 11 ଟି ରାଜ୍ୟର 18 ଟି ସହରରେ ଏହି ନିୟମକୁ ଲାଗୁ କରିଛନ୍ତି । ଖୁବଶୀଘ୍ର ଦେଶର ଅନେକ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ । ସରକାର 2021 ମସିହା 23 ଜୁନରୁ ସୁନା ଅଳଙ୍କାରର ହଲମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି । ତେବେ ପରବର୍ତ୍ତି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ଓଡିଶା, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର 18 ଟି ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଛି । ସରକାରୀ ପଦକ୍ଷେପ ଯୋଗୁଁ ପଞ୍ଜୀକୃତ ଅଳଙ୍କାର ସଂଖ୍ୟା 34,647 ରୁ 1,94,039 କୁ ବୃଦ୍ଧି ପାଇଛି ଏବଂ ଆସେସିଂ ଏବଂ ହଲମାର୍କିଂ କେନ୍ଦ୍ର ସଂଖ୍ୟା 945 ରୁ 1,622 କୁ ବୃଦ୍ଧି ପାଇଛି। ଗ୍ରାହକମାନେ ବିଆଇଏସ କେୟାର ମୋବାଇଲ୍ ଆପ୍ ବ୍ୟବହାର କରି ହଲମାର୍କ ହୋଇଥିବା ସୁନା ଅଳଙ୍କାରର ସତ୍ୟତା ଯାଞ୍ଚ କରିପାରିବେ ।