(Breaking) ସାଧବ ପୁଅଙ୍କ ଉତ୍ସାହରେ ଭଟ୍ଟା, ଜାହାଜରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି, ପାଣିରେ ଅଟକିଲା…

ବାସୁଦେବପୁର- ଆଜି କାର୍ତ୍ତିକ ପୂର୍ଣ୍ଣିମା । ରାଜ୍ୟବ୍ୟପୀ ବୋଇତ ବନ୍ଦାଣ କାର୍ଯ୍ୟ ଜାରି ରହିଛି । ପାରାଦୀପ, ଗୋପାଳପୁର, ଚିଲିକା ଆଦି ସ୍ଥାନରେ ଡଙ୍ଗା ଭସା ସହ ବୋଇତ ବନ୍ଦାଣ କାମ ହେଉଛି । ପୂର୍ବ ଗୌରବକୁ ମନେପକାଇବାକୁ ପ୍ରତିକତ୍ମକଭାବେ ସାବଧ ବେଶରେ ବୋଇତରେ ଜଳ ଯାତ୍ରା କରାଯାଉଛି । ହେଲେ ବାସୁଦେବପୁରରେ ଘଟିଛି ଅଘଟଣ । ସାଧବ ପୁଅଙ୍କୁ ନେଇ ଯାଉଥିବା ବୋଟ ମଝି ନଈରେ ଫସିଯାଇଛି ।

ସକାଳୁ ସକାଳୁ ବାସୁଦେବପୁର ନଦୀ ମୁହାଣରୁ ଦୁଇଟି ବୋଟରେ ସାଧବପୁଅ ବାହାରିଥିଲେ । ଦୁଇଟି ବୋଟରେ ସାଧବପୁଅଙ୍କ ସହ ଶତାଧିକ ଲୋକ ରହିଥିଲେ । କିନ୍ତୁ ବୋଟ ଦୁଇଟି ପୂର୍ବ ଗୌରବକୁ ଉଜ୍ଜିବିତ କରି ଆଗକୁ ବଢୁଥିବା ବେଳେ ଚୂଡାମଣି ମୁହାଣ ନିକଟରେ ଦେଖାଦେଇଥିଲା ଗୋଟିକରେ ତ୍ରୁଟି । ଫଳରେ ସେହି ବୋଟ ଆଉ ଆଗକୁ ବଢିପାରି ନ ଥିଲା । ସେପଟେ ବୋଟଟିରେ ତ୍ରୁଟି ଜାଣି ଅନ୍ୟ ବୋଟଟି ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ସେହିଠାରେ ଅଟକି ଯାଇଥିଲା । କିଛି ସମୟରେ ସମସ୍ତ ସାଧବପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହେଲେ ଏହି ଯାନ୍ତ୍ରିକ ତ୍ରୁଟି ଉତ୍ସାହରେ ଭଟା ଭରି ଦେଇଛି । ପ୍ରତିବର୍ଷ ବୋଇତ ବନ୍ଦାଣ ହୋଇଥାଏ ଏଠାରୁ । କିନ୍ତୁ ଚଳିତ ବର୍ଷର ଏହି ତ୍ରୁଟି ଅନେକଙ୍କୁ ନିରାଶ କରିଛି ।