ବ୍ୟାଙ୍କରେ ଚାକିରି ପାଇଁ ବୟସର ସୀମା ନାହିଁ, ଦରମା ବ୍ୟତୀତ ଅନ୍ୟାନ୍ୟ ଭତ୍ତାର ରହିଛି ସୁବିଧା

ନୂଆଦିଲ୍ଲୀ- ଇଣ୍ଡିଆନ ବ୍ୟାଙ୍କ ଆଣିଛି ବିପୁଳ ନିଯୁକ୍ତି ସୁଯୋଗ । ଫାଇନାନ୍ସିଆଲ ଲିଟେରେସି କାଉନ୍ସିଲର ପାଇଁ ବାହାରିଛି ବହୁ ପଦ । ଯଦି ଆପଣ ଏହି ପଦ ପାଇଁ ଇଛା ରଖୁଛନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ । ଏଥିପାଇଁ ବ୍ୟାଙ୍କର ଅଫିସିଆଲ ୱେବସାଇଟ indianbank.in କୁ ଭିଜିଟ କରନ୍ତୁ ଓ ଯଥାଶୀଘ୍ର ଆବେଦନ କରନ୍ତୁ । ଏହି ଆବେଦନର ଶେଷ ତାରିଖ ରହିଛି ୩୦ ନଭେମ୍ବର ।

ଇଣ୍ଡିଆନ ବ୍ୟାଙ୍କର ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଏହି ସବୁ ତଥ୍ୟ ଉପରେ ଆଖି ପକେଇ ନିଅନ୍ତୁ । ଆବେଦନକାରୀଙ୍କ ବୟସ ସର୍ବାଧିକ ୬୮ ବର୍ଷହୋଇଥିବା ଦରକାର । ଏହା ବ୍ୟତୀତ ଆଶାୟୀଙ୍କୁ ଇଣ୍ଡିଆନ ବ୍ୟାଙ୍କ ଦ୍ୱାରା ଜାରି ଅଫିସିଆଲ ନୋଟିସିକେସନରେ ଉଲ୍ଲେଖ ଶିକ୍ଷା ଓ ପେସାଗତ ଯୋଗ୍ୟତାର ପାଳନ କରିବାକୁ ହେବ ।

ଇଣ୍ଡିଆନ ବ୍ୟାଙ୍କ ଦ୍ୱାରା ଫାଇନାନ୍ସିଆଲ ଲିଟରେସି କାଉନସିଲର ପଦଗୁଡିକ ପାଇଁ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣରୂପେ ଇଣ୍ଟରଭ୍ୟୁ ଉପରେ ଆଧାରିତ ହେବ । ଏହି ସମୟରେ ଆଶାୟୀଙ୍କ କମୁନିକେସନ ସ୍କିଲ, ଲିଡରସିପ ଆବିଲିଟି, ସମସ୍ୟା ସମାଧାନ ଦୃଷ୍ଟିଭଙ୍ଗୀ ଓ ଶୈଖିକ କୌଶଳର ମୂଲ୍ୟାୟନ କରାଯିବ । ସୁନିଶ୍ଚିତ କରାଯିବ କି, ଆଶାୟୀ ପଦର ଗୁରୁତ୍ୱ ବୁଝି ଏହାକୁ ତୁଲାଇବାକୁ କେତେଦୂର ସକ୍ଷମ ହେବେ ।

ଏହି ଚାକିରି ପାଇଁ ଦରମା ୧୮୦୦୦ ଟଙ୍କା ପ୍ରତି ମାସ ରହିଛି । ଏହା ବ୍ୟତୀତ ଯଦି ଆର୍ଥିକ ସାକ୍ଷରତା ଶିବିରର ଆୟୋଜନ କରନ୍ତି ତ ତାଙ୍କୁ ଅତିରିକ୍ତ ଅର୍ଥ ମିଳିବ । ମାସିକ ୫-୯ଟି ଶିବିର କରାଇ ପାରିଲେ ୨ହଜାର ଟଙ୍କା ମିଳିବ । ୧୦ ବା ତାଠାରୁ ଅଧିକ ହେଲେ ୪ ହଜାର ଟଙ୍କା । ସମାଚାର ପତ୍ର- ୨୫୦, ମୋବାଇଲ ଖର୍ଚ୍ଚ-୩୦୦, ଯାତ୍ରା ଖର୍ଚ୍ଚ ଦୂରତାକୁ ଦେଖି ନିର୍ଦ୍ଧାରଣ କରାଯିବ । ଏହା ବ୍ୟତୀତ ବିବିଧ ଖର୍ଚ୍ଚ ବାବଦକୁ ମିଳିବ ୧୫୦୦ ଟଙ୍କା