ନୂଆଦିଲ୍ଲୀ- ବଦଳିଲା ରାଜଧାନୀରେ ଥିବା ସରାୟ କାଲେ ଖାଁ ଆଇଏସବିଟି ଛକର ନାଁ । ଏଣିକି ଏହ ଛକ ଜଣାଯିବ ବିର୍ସା ମୁଣ୍ଡା ଛକ ନାଁରେ । କେନ୍ଦ୍ର ସହର ବିକାଶ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୁକ୍ରବାର ଏହା କହିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିରସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ଖଟ୍ଟର କହିଛନ୍ତି କି, ସରାୟ କାଲେ ଖାଁ ଛକ ଏବେ ବିରସା ମୁଣ୍ଡା ଛକ ନାମରେ ନାମିତ ହେବ । ଖଟ୍ଟର ଜନସଭାକୁ ସମ୍ବୋଧିତ କରି କହିଛନ୍ତିା
ମନ୍ତ୍ରୀ କହିଛନ୍ତି, ଏହି ପ୍ରତିମା ଓ ଏହି ଛକର ନାମ ଦେଖି ନାହିଁ ଖାଲି ଦେଶର ନାଗରିକ, ବରଂ ବାହାରୁ ଆସୁଥିବା ବିଦେଶୀ ଛକରେ ବୀର ପୁତ୍ରଙ୍କ ପ୍ରତିମୂର୍ତ୍ତି ଦେଖି ତାଙ୍କ ଜୀବନ ସମ୍ପର୍କରେ ଜାଣିବେ ଓ ପ୍ରେରଣା ଲାଭ କରିବେ । ଏହି ନିଷ୍ପତ୍ତି ଏଥିଲାଗି ନିଆଯାଇଛି କି, ଏଠାକୁ ଆସୁଥିବା ଲୋକ ତାଙ୍କ ବିଷୟରେ ଜାଣିବେ ଓ ତାଙ୍କ ଜୀବନରୁ ପ୍ରେରଣଲାଭ କରିବେ । ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଦିଲ୍ଲୀରେ ଏହି ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହ । ଏଥିସହ କେନ୍ଦ୍ର ସହର ବିକାଶ ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ଏହି ଆଦିବାସୀ ନେତାଙ୍କ ବଳିଦାନକୁ ମନେ ପକାଇଛନ୍ତି । ଏହି ନେତା ବ୍ରିଟିସ ସରକାର ଦ୍ୱାରା ହୋଇଥିବା ଜରଜବରଦସ୍ତ ଭୂମି ହଡପ ବିରୋଧରେ ଆଦିବାସୀଙ୍କୁ ଏକତ୍ରିତ କରିଥିଲେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିର୍ସାମୁଣ୍ଡା ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କେନ୍ଦ୍ର ସରକାର ୨୦୨୧ରୁ କେନ୍ଦ୍ର ସରକାର ବିର୍ସାମୁଣ୍ଡା ଜୟନ୍ତୀକୁ ଜନଜାତି ଗୌରବ ଦିବସ ରୂପେ ପାଳନ କରୁଛନ୍ତି ।