ମୁମ୍ବାଇ: କୋଟାକ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ମେଟ୍ରୋ ଷ୍ଟେସନର ବେସମେଣ୍ଟରେ ଅଗ୍ନିକାଣ୍ଡ। ଭିଷଣ ଅଗ୍ନିକାଣ୍ଡ ଘଟିବା ପରେ ଶୁକ୍ରବାର ଯାତ୍ରୀ ସେବାକୁ ସାମୟିକ ଭାବେ ସ୍ଥଗିତ ରଖିଛି ମୁମ୍ବାଇ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏମ୍ଏମ୍ଆର୍ସିଏଲ୍)। ସୂଚନା ଅନୁସାରେ ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ସାଧାରଣ ଯାତ୍ରୀ ସେବାକୁ ବନ୍ଦ ରଖାଯାଇଛି ।
With an eye on the assembly polls, PM Narendra Modi inaugurated the Phase 1 of the BKC-to-Aarey stretch of Mumbai Metro Line 3.
However, passenger services at the Bandra Kurla Complex (BKC) metro station have been temporarily suspended due to a fire incident near Entry/Exit A4.… pic.twitter.com/WQhcRWnJit
— Pritesh Shah (@priteshshah_) November 15, 2024
ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣେ ପୌର ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ଓ ଅନ୍ୟ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ” ବିକେସି ଷ୍ଟେସନରେ ପ୍ରବେଶ/ପ୍ରସ୍ଥାନ ଏ-୪ ବାହାରେ ଅଗ୍ନିକାଣ୍ଡ ଯୋଗୁଁ ଯାତ୍ରୀ ସେବା ସାମୟିକ ଭାବେ ବନ୍ଦ ରହିଛି। ଅଗ୍ନିଶମ ବାହିନୀ କାର୍ଯ୍ୟରେ ନିୟୋଜିତ ରହିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଆମେ ସେବା ବନ୍ଦ କରିଛୁ। ଏମଏମଆରସି ଏବଂ ଡିଏମଆରସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି । ଦୟାକରି ବିକଳ୍ପ ବୋର୍ଡିଂ ପାଇଁ ବାନ୍ଦ୍ରା କଲୋନୀ ଷ୍ଟେସନକୁ ଯାଆନ୍ତୁ। “
🚨 Notice: Passenger services at BKC station are temporarily closed due to a fire outside Entry/Exit A4, which caused smoke to enter the station. Fire Brigade is on the job. For passenger safety, we have paused services. Senior Officers of MMRC & DMRC are at site. Please proceed…
— MumbaiMetro3 (@MumbaiMetro3) November 15, 2024
ଅପରାହ୍ନ ପ୍ରାୟ ୧ଟା ୧୦ ରେ ଏହି ଅଗ୍ନିକାଣ୍ଡ ଘଟିଛି। ଷ୍ଟେସନ ଭିତରେ ୪୦ରୁ ୫୦ ଫୁଟ ଗଭୀରତାରେ କାଠ ଚାଦର, ଆସବାବପତ୍ର ଓ ନିର୍ମାଣ ସାମଗ୍ରୀ ରେ ସୀମିତ ରହିବା ରୁ ଅଞ୍ଚଳରେ ପ୍ରବଳ ଧୂଆଁ ବାହାରୁଥିଲା। ଅପରାହ୍ନ ସାଢ଼େ ୨ଟା ବେଳକୁ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିଲା। ବିକେସି ମେଟ୍ରୋ ଷ୍ଟେସନ ହେଉଛି ମୁମ୍ବାଇର ପ୍ରଥମ ଭୂତଳ ମେଟ୍ରୋ ବା ଆରେ କଲୋନି ଏବଂ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ମଧ୍ୟରେ ଆକ୍ୱା ଲାଇନର ଏକ ଅଂଶ ।
ଆରେ କଲୋନି ଏବଂ ବିକେସି ମଧ୍ୟରେ ୧୨.୬୯ କିଲୋମିଟର ରାସ୍ତା ୩୩.୫ କିଲୋମିଟର କୋଲାବା-ସିପ୍ଜ-ଆରେ ମେଟ୍ରୋ ଲାଇନ୍ ୩ର ଏକ ଅଂଶ, ଯାହାକୁ ମେଟ୍ରୋ ରେଳ ସୁରକ୍ଷା କମିଶନର (ସିଏମଆରଏସ)ଙ୍କ ଠାରୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଛି। ଆରେ-ବିକେସି ରେଳପଥରେ ୧୦ଟି ଷ୍ଟେସନ ରହିଛି, ଯାହା ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୧ ଏବଂ ୨ ଏବଂ ମାରୋଲ ନାକା ଷ୍ଟେସନରେ ଘାଟକୋପର-ଅନ୍ଧେରୀ-ଭର୍ସୋଭା ମେଟ୍ରୋ ଲାଇନ ୧କୁ ସଂଯୋଗ କରେ ।