ମାତ୍ର ଦଶ ଦିନରେ ୫ ହଜାର ଶସ୍ତା ହେଲା ସୁନା ମୂଲ୍ୟ, ୧୦ ହଜାରରୁ ଅଧିକ ହ୍ରାସ ପାଇଲା ରୂପା ଦର, ଜାଣନ୍ତୁ କାହିଁକି ହେଲା ଏପରି

ନୂଆଦିଲ୍ଲୀ: ସୁନା ଏବଂ ରୂପା ଦର ଧନତେରସ ଏବଂ ଦୀପାବଳି ପର୍ଯ୍ୟନ୍ତ ହାଇ ରେଟରେ ପହଞ୍ଚି ରେକର୍ଡ ଭାଙ୍ଗିଥିଲା, ସେହିପରି ଗତ ୧୦ ଦିନରେ ଏହି ଦୁଇଟି ମୂଲ୍ୟବାନ ମେଟାଲ୍ସର ରେଟ ଲଗାତାର ଶସ୍ତା ହୋଇଯାଇଛି । ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ମାତ୍ର ୧୦ ଦିନରେ ସୁନା ନିଜ ଉପର ସ୍ତରରୁ ୬ ପ୍ରତିଶତ ଶସ୍ତା ହୋଇସାରିଛି ଏବଂ ଏଥିରେ ୪୭୫୦ ଟଙ୍କାର ହ୍ରାସ ହୋଇଛି । ସେହିପରି ରୂପା ୧୦ ଦିନରେ ୧୦,୦୦୦ଟଙ୍କା ଶସ୍ତା ହୋଇଛି । ରୂପା ମୂଲ୍ୟ କିଲୋଗ୍ରାମ ପିଛା ୧ ଲକ୍ଷ ପାରି କରିଥିଲା, କିନ୍ତୁ ବର୍ତ୍ତମାନ ଏହା ୯୦ ହଜାର ଟଙ୍କା ବିକ୍ରି ହେଉଛି । ସୁନା ୭୯ ହଜାର ୭୦୦ ଟଙ୍କାରେ ପହଞ୍ଚିଥିଲା, ଏବଂ ବର୍ତ୍ତମାନ ତାହା ୭୪ ହଜାର ୯୫୦ ଟଙ୍କା ରେଟରେ ଅଛି ।

୪ ନଭେମ୍ବରରେ ଆମେରିକାର ନିର୍ବାଚନ ଏବଂ ସେଠାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଟ କଏନର ମୂଲ୍ୟ ଲଗାତାର ବୃଦ୍ଧି ପାଉଛି, ଏଥିସହ ସେଫ ଆସେଟ ସୁନା ଏବଂ ରୂପା ମୂଲ୍ୟ ଲଗାତାର ହ୍ରାସ ପାଉଛି । ଆଜି ଡଲାର ଇଣ୍ଡେକ୍ସ ୧୦୬ ଅତିକ୍ରମ କରିଛି । ଭାରତରେ ଏହି ସମୟରେ ସୁନା ଶସ୍ତା ହେବାର ଫାଇଦା ସେହି ଲୋକଙ୍କୁ ମିଳିପାରେ, ଯେଉଁମାନେ ବିବାହ ସିଜନରେ କିଣାକିଣି ପାଇଁ ସୁଯୋଗ ଖୋଜୁଛନ୍ତି । ଏହି ସମୟ ସୁନା କିଣିବା ପାଇଁ ଉତ୍ତମ ଅଟେ ।