ଭୁବନେଶ୍ୱର: ଆଇ.ଆର୍.ସି. ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା । ୧୧ ନଭେମ୍ବର ୨୦୨୪ ରେ ରାୟପୁର ଠାରେ ଅନୁଷ୍ଠିତ ହେଇଥିବା ଆଇ.ଆର୍.ସି.ର ବାର୍ଷିକ ଅଧିବେଶନରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇ.ଆର୍.ସି. ରାଜପଥ, ସେତୁ ଏବଂ ସୁଡଙ୍ଗ ଭଳି ରାଜପଥ ଭିତ୍ତିଭୂମିର କାର୍ୟ୍ୟ କରୁଥିବା ରାଜପଥ ଇଞ୍ଜିନିୟରମାନଙ୍କ ସର୍ବବୃହତ ପେସାଦାର ସଂସ୍ଥା ଅଟେ। ଆଇ.ଆର୍.ସି. ଇତିହାସରେ ଗତ ୯୦ ବର୍ଷ ମଧ୍ୟରେ ସେ ତୃତୀୟ ଓଡ଼ିଆ ଭାବେ ଏହି ମର୍ୟ୍ୟାଦାଜନକ ପଦବୀରେ ନିଯୁକ୍ତି ପାଇଛନ୍ତି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇ.ଆର୍.ସି. ର ସଭାପତି ପ୍ରଫେସର ମନୋରଞ୍ଜନ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସ (ପୂର୍ବରୁ ଟ୍ୱିଟର) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆଇ.ଆର୍.ସି. ର ସଭାପତି ପ୍ରଫେସର ମନୋରଞ୍ଜନ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ଦେଶର ରାଜପଥ ଇଞ୍ଜିନିୟରମାନଙ୍କର ସର୍ବୋଚ୍ଚ ସଂସ୍ଥା ଭାରତୀୟ ସଡ଼କ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିବାରୁ, ଓଡିଶାର ପ୍ରଫେସର ମନୋରଞ୍ଜନ ପରିଡ଼ାଙ୍କୁ ଅଭିନନ୍ଦନ। ମୋର ଦୃଢ ବିଶ୍ୱାସ ରହିଛି ଯେ, ସଡକ ଇଞ୍ଜିନିୟରିଂ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ଦେଶରେ ଇନଫ୍ରା ବିକାଶକୁ ଦୃଢ କରିବାରେ ସାହାଯ୍ୟ କରିବ। ପ୍ରଫେସର ମନୋରଞ୍ଜନ ପରିଡ଼ାଙ୍କୁ ବହୁତ ଅନେକ ଅନେକ ଶୁଭେଚ୍ଛା।’
Congratulate Prof. Manoranjan Parida of #Odisha on being elected as the President of Indian Roads Congress, the apex body of highway engineers in the country. I am sure his long experience in road engineering sector will help in strengthening infra development in the country.…
— Naveen Patnaik (@Naveen_Odisha) November 15, 2024