ଭୁବନେଶ୍ୱର- ମହିଳା ଓ ଶିଶୁଙ୍କ ଉପରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି । କେତେବେଳେ ଏହା ଘରୋଇ ହିଂସା ତ ପୁଣି କେତେବେଳେ ବାହ୍ୟ ଅପରାଧିକ ତତ୍ତ୍ୱଙ୍କ ଆତଙ୍କ । ଯାହା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଅନେକ ସମୟରେ ଏଥିସମ୍ବନ୍ଧିତ ଅଭିଯୋଗ ମଧ୍ୟ ହେଉଛି । ଏହାକୁ ଗୁରୁତ୍ୱର ସହ ନେଇଛି ଟ୍ୱିନସିଟିର ପୋଲିସ । ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାକୁ କମିଶନରେଟ ପୋଲିସ ତରଫରୁ ଏକ ପଦକ୍ଷେପ ନିଆଯାଇଛି । ଏହି ଦୁଇ ବର୍ଗ କୌଣସି ସମସ୍ୟାରେ ପଡିଲେ ତତ୍କ୍ଷଣାତ୍ ପୋଲିସକୁ ସହାୟତା ମାଗିବାକୁ ଜାରି ହୋଇଛି ଜରୁରୀକାଳିନ ନମ୍ବ ଓ ହେପଲାଇନ ନମ୍ବର ।
କମିଶନରେଟ ପୋଲିସ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ଦୂର କରିବାକୁ ତଥା ଏମାନେ କୌଣସି ଅସୁବିଧାରେ ପଡିଥିଲେ ତୁରନ୍ତ ପୋଲିସକୁ ସାହାଯ୍ୟ ମାଗିବାକୁ ଜାରି ହୋଇଛି ଏମର୍ଜେନ୍ସି ନମ୍ବର ଓ ହେପଲାଇନ ନମ୍ବର । ଜରୁରୀକାଳୀନ ନମ୍ବରଟି ହେଲା ୧୧୨ । ସେହିପରି ମହିଳାଙ୍କ ପାଇଁ ଏକ ହେପ ଲାଇନ ନମ୍ବର ଜାରି କରାଯାଇଛି । ଏହି ନମ୍ବରରେ କଲ କରିବା ମାତ୍ର ହର ହେପ ଡେସ୍କରେ ଥିବା ସଦସ୍ୟ କଲ ପାଇ ପୋଲିସକୁ ତୁରନ୍ତ ଜଣାଇବେ ଓ ପୋଲିସ ସେଠାରେ ପହଞ୍ଚି ଅସୁବିଧାରେ ଥିବା ମହିଳାଙ୍କୁ ସାହାଯ୍ୟକରିବ । ଏହି ନମ୍ବରଟି ହେଲା ୯୧-୬୩୭୨୫୦୦୪୦୦ ।
ସେହିପରି ଶିଶୁଙ୍କ ପ୍ରତି ହେଉଥିବା ନିର୍ଯାତନା ରୋକିବାକୁ ଜାରି କରାଯାଇଛି ଏକ ହେପ ଲାଇନ ନମ୍ବର – ୧୦୯୮ । ଏହି ନମ୍ବର ସବୁ ବର୍ଗର ମହିଳା ସେଭ କରିବା ଜରୁରୀ । ସେହିପରି ନିଜ ପିଲାମାନଙ୍କୁ ମଧ୍ୟ ଏହି ନମ୍ବର ବିଷୟରେ ସଚେତନ କରିବା ଆବଶ୍ୟକ । ଏତଦଭିନ୍ନ, କୌଣସି ଶିଶୁ ପ୍ରତି କିଛି ଖରାପ ହେଉଥିଲେ, ଆଖପାଖରେ ଥିବା ଲୋକ ମଧ୍ୟ ଏହି ନମ୍ବରରେ କଲ କରି ସୂଚନା ଦେଇପାରିବେ ।