ଓଡ଼ିଶା ଭାସ୍କର: ଆଜି ରାତି ଅର୍ଥାତ ୧୫ ନଭେମ୍ବର ୨୦୨୪ରେ ବର୍ଷର ଶେଷ ସୁପରମୁନ ଦେଖାଯିବ। ଯାହାକି ରାତିର ଆକାଶକୁ ଅଦ୍ଭୁତ ଚମକରେ ଭରିଦେବ। କେବଳ ସୁପରମୁନ ନୁହେଁ ବରଂ ‘ସେଭେନ ସିଷ୍ଟର୍ସ’ ତାରାଙ୍କ ଗୋଷ୍ଠୀ ଯାହାକୁ ପ୍ଲେଇଏଡିଜ ମଧ୍ୟ କୁହାଯାଇଥାଏ। ଏହା ତାରା ଗୋଷ୍ଠୀର ସୁପରମୁନ ପାଖରେ ଦେଖାଯିବ। ଏହି ଦୃଶ୍ୟ ଆହୁରି ଆକର୍ଷଣୀୟ ରହିବ।
ସୁପରମୁନ ସେତେବେଳେ ଆସିଥାଏ, ଯେତେବେଳେ ଚନ୍ଦ୍ର ନିଜ କକ୍ଷରେ ପୃଥିବୀର ସବୁଠୁ ପାଖ ବିନ୍ଦୁ, ଯାହାକୁ ପେରିଗୀ କୁହାଯାଇଥାଏ, ଉପରେ ଥାଏ ଏବଂ ଏହି ସ୍ଥିତି ପୂର୍ଣ୍ଣିମା ଦିନ ହେବ। ଏହି ସମ,ୟରେ ଚନ୍ଦ୍ର ସାମାନ୍ୟ ଠାରୁ ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ୱଳ ଦେଖାଯିବ, ଯାହାକୁ ଆପଣ ଆଖିରେ ଦେଖିପାରିବେ। ଏହି ବିଶେଷତା ଚନ୍ଦ୍ରକୁ ବଡ଼ ଆହୁରି ଆକର୍ଷଣୀୟ କରିବ।
ଭାରତରେ ଏହି ଅଦ୍ଭୁତ ଦୃଶ୍ୟ ୧୫-୧୬ ନଭେମ୍ବର ରାତିରେ ଦେଖିବାକୁ ମିଳିବ। ସୁପରମୁନ ଭାରତୀୟ ସମୟାନୁସାରେ, ୧୫ ନଭେମ୍ବରର ରାତି ୨ଟା ୫୮ରେ ନିଜ ଶୀର୍ଷରେ ରହିବ। ଭାରତରେ ଏହାକୁ ଦେଖିବାର ସବୁଠୁ ଭଲ ସମୟ ୧୬ ନଭେମ୍ବରର ସଂଧ୍ୟା। ଯେପରି ସୂର୍ଯ୍ୟାସ୍ତ ହେବ, ଚନ୍ଦ୍ର ଉଦୟ ହେବେ ଏବଂ ଆଗାମୀ ୨୦-୩୦ ମିନିଟ ପର୍ଯ୍ୟନ୍ତ ନିଜର ସଂପୂର୍ଣ୍ଣ ଚମକ ଏବଂ ବିଶାଳତା ସହ ଆକାଶରେ ଦେଖାଯିବ।
This is your last chance to see a Supermoon this year! 🌕
The next full Moon will occur on Nov. 15, starting at 4:29 p.m. EST. A “supermoon” appears bigger and brighter than usual due to its close proximity to Earth.
Learn more about it HERE> https://t.co/Y4cFGkOgL8 pic.twitter.com/zCQcBcCCH7
— NASA Marshall (@NASA_Marshall) November 12, 2024