କାହିଁକି କଳା ରଂଗର ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ବ୍ୟକ୍ତି, ଜାଣନ୍ତୁ ତାଙ୍କ ସାଇକୋଲଜି

ଓଡ଼ିଶା ଭାସ୍କର: ବ୍ୟକ୍ତି ଜୀବନରେ ରଂଗର ବିଶେଷ ମହତ୍ୱ ରହିଛି । ପ୍ରତ୍ୟେକ ରଂଗ ନିଜ ସହ କିଛି ବିଚାର, ଭାବନା ଏବଂ ଉର୍ଜ୍ଜା ଆଣିଥାଏ । ଶାସ୍ତ୍ରରେ ବାର ଅନୁଯାୟୀ ବିଭିନ୍ନ ରଂଗର ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ । ଏହା ବିଭିନ୍ନ ବାରର ଦେବୀ ଦେବତାଙ୍କୁ ପ୍ରସନ୍ନ କରିବାର ଏକ ମାଧ୍ୟମ ଭାବେ ବିବେଚିତ କରାଯାଇଛି । ଅଧିକାଂଶ ବ୍ୟକ୍ତି କଳା ରଂଗର ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଶାସ୍ତ୍ରରେ କଳା ରଂଗକୁ ଶନି ଦେବଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି । ଏହା ବାଦ୍ କଳା ରଂଗକୁ ନକାରାତ୍ମକ ଉର୍ଜ୍ଜା ସହ ତୁଳନା କରାଯାଇଛି ଯାହା ଅନେକାଂଶରେ ଜୀବନକୁ ପ୍ରଭାବିତ କରିଥାଏ ।

ରଂଗ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ । ଅଧିକାଂଶ ବ୍ୟକ୍ତି କୌଣସି ଉତ୍ସବ, ଅଫିସିଆଲ ମିଟିଂ, ଡେଟିଂ ଇତ୍ୟାଦି ଅବସରରେ କିଛି ବ୍ୟକ୍ତି କଳା ପୋଷାକ ପିନ୍ଧିବା ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସବୁବେଳେ କଳା ପୋଷାକ ପିନ୍ଧୁଥିବା ବ୍ୟକ୍ତିଙ୍କ କେମିତି ଥାଏ ସାଇକୋଲଜି ?

– ସେମାନେ ଡୋମିନେଟିଂ ପ୍ରକୃତିର ଅଟନ୍ତି । ସବୁବେଳେ ନିଜ କଥାକୁ ଅନ୍ୟଠାରୁ ଶ୍ରେଷ୍ଠ ମାନିଥାନ୍ତି ।

– ଅନ୍ୟମାନଙ୍କ ସାମ୍ନାରେ ସବୁବେଳେ ନିଜକୁ ଷ୍ଟ୍ରଙ୍ଗ୍ ବା ଶକ୍ତିଶାଳୀ ଦେଖାଇବା ପାଇଁ ଚେଷ୍ଟା କରନ୍ତି । ଏହା ଦ୍ୱାରା ସେମାନଙ୍କୁ କେହି ଅଣଦେଖା କରିପାରିବେ ନାହିଁ ।

– ଏଭଳି ବ୍ୟକ୍ତି ସବୁବେଳେ ଉର୍ଜ୍ଜାବାନ ଓ ଉତ୍ସାହରେ ଭରା ଥାନ୍ତି । କୌଣସି ନୂଆ କାମକୁ ଶିଖିବା ପାଇଁ ମନରେ ଇଚ୍ଛା ଶକ୍ତି ରହିଥାଏ ।

– ଏଭଳି ବ୍ୟକ୍ତି ଆତ୍ମ କେନ୍ଦ୍ରିତ(Self Centered) ଥାନ୍ତି । ଏହା ସହ ନିଜ ନିଷ୍ପତ୍ତି ଉପରେ ଅଟଳ ରୁହନ୍ତି ।

– ଏଭଳି ବ୍ୟକ୍ତି ଶୃଙ୍ଖଳିତ, ନିର୍ଭିକ ଓ ସାହସୀ ସ୍ୱଭାବର ଥାନ୍ତି । ଅଧିକ କ୍ରୋଧୀ ଏବଂ ଜିଦ୍ଦି ମଧ୍ୟ ଥାନ୍ତି ।

– ଅନ୍ୟକୁ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ ।

– ଏଭଳି ବ୍ୟକ୍ତି ସବୁବେଳେ ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ।