(ଓଡ଼ିଶା ଭାସ୍କର): ବି-ଟେକ୍ ବା ଇଞ୍ଜିନିୟରିଂର ଚାହିଦା ୧୦ ବର୍ଷ ପୂର୍ବେ ଖୁବ୍ ଅଧିକ ଥିଲା । ସ୍ୱଳ୍ପ କଲେଜ ସାଙ୍ଗକୁ ପଢ଼ିବାର ସୁଯୋଗ ଖୁବ୍ କମ୍ ପିଲାଙ୍କୁ ମିଳୁଥିଲା । ଡିମାଣ୍ଡ ବଢ଼ିବା ପରେ ଛତୁ ଫୁଟିଲା ଭଳି କଲେଜ ଚାରିଆଡେ ଖୋଲିବା ଆରମ୍ଭ ହେଲା । କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଯାଇଛି । କଲେଜ ସଂଖ୍ୟା ବଢ଼ିଲା ବେଳକୁ ସେଠାରେ ପାଠ ପଢ଼ିବା ପାଇଁ ଷ୍ଟୁଡେଣ୍ଟ ନାହାନ୍ତି । ସମୟ ସହିତ ଖାପଖୁଆଇ ଚାଲିବା ପାଇଁ ବର୍ତ୍ତମାନର ଆବଶ୍ୟତାକୁ ନଜରରେ ରଖି ବିଟେକ୍ କରିବାକୁ ଚାହୁଁଥିଲେ ଏହି ୩ ବିଷୟ ବାଛିବା ପୂର୍ବରୁ ଆଉଥରେ ଚିନ୍ତା କରନ୍ତୁ । କାରଣ ଏ ବିଷୟରେ ନିଜର ୪ ବର୍ଷ ଦେବା ପରେ ଚାକିରି ମିଳିବା କଷ୍ଟକର ହୋଇପଡ଼ିବ ।
ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ: ଇଲେକ୍ଟ୍ରୋନିକ୍ସ ଆଣ୍ଡ କମୁ୍ୟନିକେଶନ ପାଠ୍ୟକ୍ରମରେ ପଢ଼ିବା ବର୍ତ୍ତମାନ ସମୟରେ ଚ୍ୟାଲେଞ୍ଜିଙ୍ଗ ହୋଇପଡ଼ିଛି । କାରଣ ଟେକ୍ନୋଲୋଜିରେ ପରିବର୍ତ୍ତନ ହେବା କାରଣରୁ ତାର କାର୍ଯ୍ୟପ୍ରଣାଳୀ ପୁଣିଥରେ ଶିଖିବାକୁ ପଡ଼ିବ ଯାହାପାଇଁ ଏ ପାଠ୍ୟକ୍ରମରେ ଭଲ ଚାକିରି ମିଳିବା କଷ୍ଟକର ହୋଇଯିବ । ୧୦ ବର୍ଷ ଭିତରେ ଏ ସେକ୍ଟରରେ ବହୁ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମଳିଛି ।
ମେକାନିକାଲ ଇଞ୍ଜିନିୟରିଂ: ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ ବଳରେ ଏ ସେକ୍ଟରରେ ବର୍ତ୍ତମାନ ଅଟୋମେଶନ ଓ ରୋବୋଟିକ୍ସର ପ୍ରୟୋଗ ଆରମ୍ଭ ହୋଇଗଲାଣି । ମେସିନ୍ ସ୍ୱତଃ ଅପରେଟ୍ ହେବା ଯୋଗୁ ଆଗାମୀ ଦିନରେ ମ୍ୟାନ୍ ପାୱାରର ଆବଶ୍ୟକତା ପଡ଼ିବ ନାହିଁ ।ସେଥିପାଇଁ ବିଟେକ୍ରେ ମେକାନିକାଲ କ୍ଷେତ୍ରରେ ପାଠ ପଢ଼ିବା ଭବିଷ୍ୟତରେ ଚାକିରି କ୍ଷେତ୍ରରେ ବେଶୀ ସୁବିଧା ସୁଯୋଗ ଦେବ ନାହିଁ ।
ଏରୋନେଟିକ୍ସ ଇଞ୍ଜିନିୟରିଂ: ଏରୋନେଟିକ୍ସ ପାଠ୍ୟକ୍ରମ ଦିନକୁ ଦିନ ଅଧିକ କଠିନ ହେବାରେ ଲାଗିଛି । ଏହାଛଡ଼ା ବର୍ତ୍ତମାନ ସ୍ଥିତି ଅନୁସାରେ ଏରୋନେଟିକ୍ସ ଇଞ୍ଜିନିୟରିଂ ପାଇଁ ଅଧିକ ସୁବିଧା, ସୁଯୋଗ ମଧ୍ୟ ନାହିଁ । ଏ କ୍ଷେତ୍ରରେ ଗୋଟିଏ ଭଲ ଚାକିରି ପାଇବା ପାଇଁ ୪ ବର୍ଷର ବିଟେକ୍ ବ୍ୟତୀତ ଆହୁରି ଅନେକ ବର୍ଷ ଲାଗିଯିକ ଏକ୍ସପେରିଏନ୍ସ ବଢ଼େଇବା ପାଇଁ । ସେ ଦୃଷ୍ଟିରୁ ବିଟେକ୍ ପରେ ତୁରନ୍ତ ଚାକିରି କରିବାକୁ ଚାହୁଁତିରେ ଏହି ୩ କ୍ଷେତ୍ରକୁ ବାଛିବା ପୁର୍ବରୁ ଥରେ ଚିନ୍ତା କରିବା ଆବଶ୍ୟକ ।
ଏବେର ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ କମ୍ପୁ୍ୟଟର ସାଇନ୍ସ ପାଠ୍ୟକ୍ରମର ସବୁଠୁ ଅଧିକ ଚାହିଦା ରହିଛି । ଏବଂ ଭବିଷ୍ୟତରେ ମଧ୍ୟ ଏହାକୁ ନେଇ ଅଧିକ ଚାକିରି ସୁବିଧା ସୁଯୋଗ ମିଳିବାର ସମ୍ଭାବନା ରହିଛି । ସେଥି ପାଇଁ ବିଟେକ୍ ପାଠ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ରିସର୍ଚ୍ଚ କରି ଟପିକ୍ ବାଛନ୍ତୁ ।