ଅଚାନକ ଚାରୋଟି ଜନସଭା ବାତିଲ କଲେ ଅମିତ ଶାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଜି ହେବାକୁ ଥିବା ନିଜ ଜନସଭା ଏବଂ ବୈଠକ ଗୁଡିକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବାତିଲ କରିଛନ୍ତି। ସେ ସମସ୍ତ ସଭା ବାତିଲ କରି ନାଗପୁର ବାହାରିଛନ୍ତି। ଗଢଚିରୌଲୀ, ବର୍ଧା ଏବଂ ନାଗପୁର ଜିଲ୍ଲାର କାଟୋଲ ଏବଂ ସାବନେରରେ ତାଙ୍କର ସମସ୍ତ ଚାରୋଟି ବୈଠକ ବାତିଲ କରିଛନ୍ତି। ସୂତ୍ର ମୁତାବକ ଅମିତ ଶାହଙ୍କ କାର୍ଯ୍ୟକ୍ରମ ମଣିପୁର ଘଟଣା କାରଣରୁ ବାତିଲ କରାଯାଇଛି।

ଏହା ପୂର୍ବରୁ ଅମିତ ଶାହ ଆଜି ଚାରୋଟି ବୈଠକ ପାଇଁ ନାଗପୁର ପହଞ୍ଚିଥିଲେ। ସେ ନାଗପୁରର ରେଡିସନ ବ୍ଲୁ ହୋଟେଲରେ ରହିଥିଲେ। ସେ ଆଜି ସକାଳ ପାଖାପାଖି ୧୧ଟାରେ ଜନସଭାକୁ ସମ୍ବୋଧିତ କରିବା ଲାଗି ଗଢଚିରୌଲୀ ଗସ୍ତ କରିଥିଲେ, ହେଲେ ଅଚାନକ ଜଣାପଡିଥିଲା ଯେ, ତାଙ୍କ ଗସ୍ତକୁ ବାତିଲ କରାଯାଇଛି।

ମିଳିଥିବା ବିଶେଷ ସୂତ୍ର ଅନୁଯାୟୀ, ମଣିପୁର ଘଟଣା ପାଇଁ ଅମିତ ଶାହ ଅଚାନକ ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବବାତିଲ କରିଦେଇଛନ୍ତି ଏବଂ ଦିଲ୍ଲୀକୁ ଫେରିଯାଇଛନ୍ତି। ଏହି ସ୍ଥାନରେ ଅମିତ ଶାହଙ୍କ ପରିବର୍ତ୍ତେ, ସ୍ମୃତି ଇରାନୀ ଏବଂ ଶିବରାଜ ସିଂହ ଚୋହାନଙ୍କ ରାଲି ହେବ ଏବଂ ଏହି ଦୁଇ ନେତା ଜନତାଙ୍କୁ ସମ୍ବୋନ୍ଧିତ କରିବେ। ଅମିତ ଶାହଙ୍କ ଚାରୋଟି ସଭାରୁ ୨ଟି ସ୍ମୃତି ଇରାନୀ କରିବେ ଏବଂ ୨ଟି ସଭା ଶିବରାଜସିଂହ ଚୌହାନ କରିବେ।