କୈଳାସ ଗେହଲଟଙ୍କ ଇସ୍ତଫା ପରେ ସାମ୍ନାକୁ ଆସିଲା APPର ପ୍ରଥମ ପ୍ରତିକ୍ରିୟା, କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀକୁ ଝଟକା ଦେଇ ମନ୍ତ୍ରୀ କୈଳାସ ଗେହଲଟ ନିଜ ପଦରୁ ଏବଂ ପାର୍ଟୀର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ସିଏମ ଆତିଶୀ ସ୍ୱୀକାର ମଧ୍ୟ କରିସାରିଛନ୍ତି। ଏହି ସମୟରେ କୈଳାସ ଆମ୍ ଆଦମୀ ପାର୍ଟୀ ଉପରେ ଅନେକ ଅଭିଯୋଗ ଆଣିଛନ୍ତି। ଏ ନେଇ ଆପର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଆପ କହିଛି ଯେ, କୈଳାସ ବିରୋଧରେ ଇଡି ଏବଂ ଇନକମ ଟ୍ୟାକ୍ସର ଅନେକ ମାମଲା ଚାଲୁଥିଲା। କୈଳାସ ଗେହଲଟଙ୍କ ଉପରେ ଇଡି ଏବଂ ଅନେକ ରେଡ ହୋଇସାରିଛି। ତାଙ୍କ ପାଖରେ ବିଜେପି ଯିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା। ଏହା ବିଜେପିର ଷଡଯନ୍ତ୍ର। ବିଜେପି, ଦିଲ୍ଲୀ ନିର୍ବାଚନ ଇଡି ଏବଂ ସିବିଆଇ ବଳରେ ଜିତିବାକୁ ଚାହୁଁଛି।

କୈଳାସ ଗେହଲଟ ରେଜିଗନେସନ ଲେଟରରେ ଲେଖିଛନ୍ତି ଯେ, ଶିଶମହଲ ଭଳି ଅନେକ ନିନ୍ଦନୀୟ ଏବଂ ଅନେକ ବିବାଦ ଅଛି, ଯାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ଯେ; କଣ ଆମେ ସମସ୍ତେ ଏବେ ବି ‘ଆମ୍ ଆଦମୀ’ ହେବାରେ ବିଶ୍ୱାସ କରୁଛେ? ବର୍ତ୍ତମାନ ଏହା ସ୍ପଷ୍ଟ ଯେ, ଯଦି ଦିଲ୍ଲୀ ସରକାର ନିଜର ଅଧିକାଂଶ ସମୟ କେନ୍ଦ୍ର ସହ ଲଢିବାରେ ବିତାଉଛନ୍ତି ତେବେ ଦିଲ୍ଲୀ ପାଇଁ ବାସ୍ତବିକ ପ୍ରଗତି ହୋଇପାରିବ ନାହିଁ। ମୋ ପାଖରେ APPରୁ ଅଲଗା ହେବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ ଏବଂ ଏଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।