ନୂଆଦିଲ୍ଲୀ: ମାଲେସିଆରୁ ଭାରତ ଆସୁଥିବା ଫ୍ଲାଇଟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଫ୍ଲାଇଟ ମାଲେସିଆର ରାଜଧାନୀ କୁଆଲାଲପୁରୁ ତାମିଲନାଡୁ ଚେନ୍ନାଇକୁ ଆସୁଥିଲା । ମଙ୍ଗଳବାର ଫ୍ଲାଇଟ ଚେନ୍ନାଇରେ ପହଞ୍ଚିବା ପରେ ବିମାନରେ ଜଣେ ୩୭ ବର୍ଷୀୟ ମହିଳା ମୃତ ଅବସ୍ଥାରେ ମିଳିଛନ୍ତି । ଏହି ଘଟଣାରେ ଚାଳକ ଦଳ ସମେତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆସନ୍ତୁ ଜାଣିବା ଏହି ପୂରା ମାମଲା ।
ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ମାଲେସିଆରୁ ଚେନ୍ନାଇ ଆସୁଥିବା ଫ୍ଲାଇଟରେ ଯେଉଁ ମହିଳାଙ୍କର ମୃତ୍ୟୁ ଘଟିଛି ସେ ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲାର ନିବାସୀ ଅଟନ୍ତି । ପୋଲିସ କହିଛି ଯେ, ଚେନ୍ନାଇକୁ ଆସୁଥିବା ଅନ୍ତର୍ଜାତୀୟ ବିମାନରେ ମହିଳାଙ୍କର ମୃତ୍ୟୁ ହାର୍ଟ ଆଟାକ ଯୋଗୁଁ ଘଟିଛି । କଲ୍ଲାକୁରିଚୀ ନିବାସୀର ଏହି ମହିଳାଙ୍କର ମୃତଦେହ ହସ୍ପିଟାଲକୁ ପଠାଯାଇଛି ।