ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ୬୨ ବର୍ଷ ବୟସରେ ଜଣେ ପୂର୍ବତନ ବିଧାୟକ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ପୂର୍ବତନ ବିଧାୟକ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ପ୍ରଥମ ପତ୍ନୀଙ୍କ ଦେହାନ୍ତ ହେବା ପରେ ଏବେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଏହି ବିବାହର ଫଟୋ, ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ନବଦମ୍ପତ୍ତିଙ୍କୁ ତାଙ୍କର ବନ୍ଧୁ, ପରିଜନ ଓ ଶୁଭେଚ୍ଛୁଙ୍କ ମହଲରୁ ନୂଆ ଇନିଂସ ପାଇଁ ଅଭିନନ୍ଦନର ସୁଅ ଛୁଟିଛି ।
ଖବର ମୁତାବକ, ବିହାରରୁ ଆସିଛି ଏଭଳି ଏକ ଖବର । ବେଗୁସରାୟ ଜିଲ୍ଲାର ଏକ ମନ୍ଦିରରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଜେଡିୟୁର ପୂର୍ବତନ ବିଧାୟକ ରାମ ବାଲକ ସିଂହ ବେଗୁସରାୟ ଜିଲ୍ଲାର ଗଡ଼ପୁରା ସ୍ଥିତ ହରୀ ଗିରି ଧାମରେ ବିବାହ କରିଥିବା ଜଣାପଡ଼ିଛି । ତେବେ ପୂର୍ବତନ ବିଧାୟକଙ୍କ ବୟସକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । କିଛି ଲୋକ ପୂର୍ବତନ ବିଧାୟକଙ୍କୁ ବଧାଇ ଜଣାଉଥିବା ବେଳେ ଆଉ କିଛି ୟୁଜର୍ସ ଟ୍ରୋଲ କରୁଥିବା ଦେଖାଯାଉଛି । ଜିଲ୍ଲାର ଅଲୌଲୀ ଗ୍ରାମର ବାସିନ୍ଦା ସୀତରାମ ସିଂହଙ୍କୁ କନ୍ୟା ରବୀନା କୁମାରୀଙ୍କୁ ପୂର୍ବତନ ବିଧାୟକ ଶ୍ରୀ ସିଂହ ମ୍ୟାରେଜ କରିଛନ୍ତି ।