(Video) ଇଲେକ୍ଟ୍ରିକ ବାଇକ ଶୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ବର୍ଷୀୟ କର୍ମଚାରୀଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଏକ ଇଲେକ୍ଟ୍ରିକ ବାଇକ ଶୋରୁମରେ ଭୟଙ୍କର ନିଆଁ ଲାଗିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ବେଙ୍ଗଲୁରୁ ରଜାଜୀନଗରରେ ରାଜକୁମାର ରୋଡରେ ଥିବା ମାୟ ଇଭି ଇଲେକ୍ଟ୍ରିକରେ ମଙ୍ଗଳବାର ଭୟଙ୍କର ନିଆଁ ଲାଗିଯାଇଛି । ନିଆଁ ଲାଗିବା ହେତୁ ୨୦ ବର୍ଷୀୟ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତିଙ୍କ ନାମ ପ୍ରିୟା ବୋଲି ଜଣାପଡିଛି । ସେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ ।

କୁହାଯାଉଛି ଯେ, ଇଲେକ୍ଟ୍ରିକ ବାଇକରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଛି । ନିଆଁ ଯେଉଁ ସମୟରେ ଲାଗିଥିଲା, ପ୍ରିୟା ରିସେପ୍ସନରେ ବସି କାମ କରୁଥିଲେ । ସେହି ସମୟରେ ସେ ବାହାରକୁ ବାହାରି ପାରିଲେ ନାହିଁ । ପ୍ରିୟା ସେହି ନିଆଁରେ ଫସିଯାଇଥିଲେ । ଅନ୍ୟ କର୍ମଚାରୀ ଦୌଡିବାରେ ସଫଳ ହୋଇଥିଲା । ଏହି ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ଡକାଯାଇଥିଲା । କିନ୍ତୁ ଏହା ବିଳମ୍ବ ହୋଇଯାଇଥିଲା । ଏହି ସମୟରେ ପ୍ରିୟା ପୋଡିହୋଇଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭିକ୍ଟୋରିଆ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହି ନିଆଁ ଲାଗିବାର ଦୃଶ୍ୟ ସାମ୍ନାକୁ ଆସିଛି ।