Big Updates- PM ଆବାସ ଯୋଜନାରେ ମହିଳାଙ୍କୁ ଦିଆଯିବ ପୂର୍ଣ୍ଣ ମାଲିକାନା

ନୂଆଦିଲ୍ଲୀ- ଏଣିକି ପିଏମ ଆବାସ ଯୋଜନାରେ କେବଳ ମହିଳା ହେବେ ମାଲିକାଣୀ । କେନ୍ଦ୍ର ସରକାର ଗ୍ରାମୀଣ ପିଏମ ଆବାସ ଯୋଜନାରେ ଆଣିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ । କେବଳ ମହିଳାଙ୍କୁ ଦିଆଯିବ ଏହି ଯୋଜନାରେ ଘର । ତେବେ ବର୍ତ୍ତମାନ ପାଇଁ ଏହି ଯୋଜନାକୁ ନେଇ ଆଧିକାରିକ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଏହା ଉପରେ ଖୁବ ଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି ସୂତ୍ରରୁ ପ୍ରକାଶ ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ମୁତାବକ, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ମହିଳାଙ୍କୁ ମୋଦି ସରକାର ପ୍ରାଧାନ୍ୟ ଦେବାକୁ ଚାହୁଁଛି । ତେଣୁ ଯୋଜନାରେ ସ୍ୱୀକୃତ ୭୪ ପ୍ରତିଶତ ଘରର ସ୍ୱାମୀତ୍ୱ ଖାଲି ମହିଳାଙ୍କୁ ବା ଯୁଗ୍ମଭାବେ ମହିଳାଙ୍କ ପାଖରେ ରହିଛି । ଖବରକାଗଜ ସହ ବାର୍ତ୍ତାଳପ ବେଳେ ଅଧିକାରୀ କହିଛନ୍ତି, ଦ୍ୱିତୀୟ ଚରଣରେ ମହିଳାଙ୍କ ଯୋଜନାର ସ୍ୱାମୀତ୍ୱ ପୂର୍ଣ୍ଣ ରୂପରେ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ପିଏମ ଆବାସ ଯୋଜନା ମୋଦି ସରକାର ୨୦୧୬ରୁ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଗ୍ରାମାଞ୍ଚଳ ପାଇଁ ଦୁଇଟି ବକଳ୍ପ ରହିଛି, ଯେଉଁଥିରେ ମହିଳାଙ୍କ ସ୍ୱାମୀତ୍ୱ ବା ଯୁଗ୍ମରୂପେ ସ୍ୱାମୀତ୍ୱର ବ୍ୟବସ୍ଥା ରହିଛି । ଏହି ଯୋଜନାରେ କେବଳ ପୁରୁଷଙ୍କୁ ସ୍ୱାମୀତ୍ୱ ଦେବାର ବ୍ୟବସ୍ଥା ନାହିଁ । ତେବେ ଆଗକୁ ସମ୍ପୂର୍ଣ୍ଣ ରୂପେ କେବଳ ମହିଳାଙ୍କୁ ହିଁ ଘରର ମାଲିକାନା ଦେବାର ବ୍ୟବସ୍ଥା କରାଯାଉଛି ।

ଏହାକୁ ନେଇ ଖୁବ ଶୀଘ୍ର କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ସର୍ଭେ ହେବ, ଯାହାର ନାଁ ଆବାସ-ପ୍ଲସ ୨୦୨୪ । ଏଥିରେ ଲାଭାର୍ଥୀଙ୍କ ଚିହ୍ନଟ କରାଯିବ । ଏଥିରେ ସ୍ଲ୍ ସର୍ଭେର ମଧ୍ୟ ବ୍ୟବସ୍ଥା ରହିବ । ଏହି ସର୍ଭେ ଦ୍ୱାରା ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଥିବା ଅଭିଯୋଗ ଦୂର କରିବା ହେବ ।