ନୂଆଦିଲ୍ଲୀ- ବ୍ରିଟିଶ ଲଗ୍ଜୁରୀ କାର ନିର୍ମାତା ଜଗୁଆର ତାର ବହୁ ବର୍ଷ ପୁରୁଣା ଲୋଗୋ ବଦଳି ଦେଇଛି । ଏହି ନୂଆ ଲୋଗୋକୁ ଆଜି କମ୍ପାନୀ ଦୁନିଆ ସାମ୍ନାକୁ ଆସିଛି । ଜଗୁଆରର ନୂଆ ଲୋଗୋକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା । ଗତ ୮୯ ବର୍ଷ ହେଲା ଜଗୁଆର ସାରା ବିଶ୍ୱରେ ତାର କାରକୁ ନେଇ ପ୍ରସିଦ୍ଧି ହାସଲ କରିଛି । ଏବେ ଲୋଗୋ ବଦଳିଥିବା ବେଳେ ୨୦୨୬ରେ କମ୍ପାନୀ ଇଲେକ୍ଟ୍ରୋନିକ୍ସ କାର ନିର୍ମାଣ କରିବାକୁ ଯୋଜନା କରିଛି ।
କମ୍ପାନୀର ଫୋକସରେ ରହିଛି ଇଲେକ୍ଟ୍ରୋନିକ୍ କାର ନିର୍ମାଣ । ଏହି ଯୋଜନା ଅନ୍ତର୍ଗତ କମ୍ପାନୀ ଆଗାମୀ ୩ ଡିସେମ୍ବରକୁ ମିୟାମି ଆର୍ଟ ସପ୍ତାହରେ ନିଜ ନୂଆ କାର ଯୋଜନାକୁ ଦୁନିଆ ସମ୍ମୁଖକୁ ଆସିବ । ନୂଆ ଲୋଗୋ ଜାରି କରିବା ମଧ୍ୟ କମ୍ପାନୀର ଇଲେକ୍ଟ୍ରୋନିକ କାର ବ୍ରାଣ୍ଡ ପରି ନିଜକୁ ସ୍ଥାପିତ କରିବା ଦିଗରେ ନୂଆ ଏକ ପଦକ୍ଷେପ । ତେବେ ବର୍ତ୍ତମାନ ଲୋଗୋକୁ ନେଇ ଇଣ୍ଟରନେଟରେ ୟୁଜର୍ସ କମ୍ପାନୀର ଲୋଗୋକୁ ନେଇ ଭିନ୍ନ ପ୍ରତିକ୍ରିୟା ରହିଛନ୍ତି ।
ଏହି ଲୋଗୋ ଲଞ୍ଚକୁ ନେଇ ଦୁନିଆର ସବୁଠାରୁ ବଡ ଇଲେକ୍ଟ୍ରିକ କାର ନିର୍ମାତା ଟେଲ୍ସା ମାଲିକ ଏଲନ ମସ୍କ ଏକ୍ସରେ ପଚାରିଛନ୍ତି, କଣ ଆପଣ କାର ବିକ୍ରି କରନ୍ତି? ଏହାର ଉତ୍ତରରେ ଜଗୁଆର ତରଫରୁ କୁହାଯାଇଚି କି, ହଁ, ଆମେ ଆପଣଙ୍କୁ ଦେଖେଇବାକୁ ଚାହିଁବୁ, ୨ ଡିସେମ୍ବରକୁ ମିୟାମିରେ ଏକ କପ ଚା ସହ ଆମ ସହ ସାମିଲ ହୁଅନ୍ତୁ ।
ଏକ ବୟାନରେ ଜଗୁଆର ଏମଡି ରାଇନ ଗ୍ଲୋବର କହିଛନ୍ତି କି, ନୂଆ କାର ବିକ୍ରିରୁ ଜାଣିଶୁଣି ହଟାଯାଇଥିଲା । କାରଣ ଅନୁମାନ କରାଯାଉଥିଲା କି, ପୁରୁଣା ମଡେଲ ଓ ନୂଆ ଲୁକର ଜଗୁଆର ମଧ୍ୟରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । ମାର୍କେଟିଂ ଦୃଷ୍ଟିରୁ ଏହି ସମୟରେ ଅନେକ ଲୋକ ଜାଣନ୍ତି ଜାଗୁଆରର କଣ ମାନେ । ବିଗତ ୧୦ରୁ ୨୦ ବର୍ଷ ଭିତରେ ବଜାରରେ ଉପସ୍ଥିତ ମଡେଲଙ୍କ ପ୍ରତିକ୍ରିୟା କେମିତି ରହିଛି । ଆମକୁ ଲୋକଙ୍କ ଧାରଣରେ ପରିବର୍ତ୍ତନ ଆଣିବା ଜରୁରୀ କି ଜଗୁଆରର କଣ ଅର୍ଥ । ନୂଆ ଓ ପୁରୁଣା ଭିତରେ ଏକ ପ୍ରଭେଦ ରହିବା ଜରୁରୀ ବୋଲି କହିଛନ୍ତି କମ୍ପାନୀର ଏମଡି ।
Copy nothing. #Jaguar pic.twitter.com/BfVhc3l09B
— Jaguar (@Jaguar) November 19, 2024