ଚେନ୍ନାଇ: ଏକ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ଜୀବନ ଚାଲିଯାଇଛି । ଚେନ୍ନାଇର ଏକ ଜଣାଶୁଣା ଚ୍ୟାନେଲରେ କାମ କରୁଥିବା ପ୍ରଦୀପ କୁମାର ରାସ୍ତାରେ ଯାଉଥିବାବେଳେ ସ୍ପିଡରେ ଆସୁଥିବା ଏକ BMW ତାଙ୍କୁ ପିଟିଦେଇଥିଲା । ଯାହାଫଳରେ ସେ ୧୦୦ ମିଟର ଦୂରକୁ ଯାଇ ଛିଟିକି ହୋଇ ପଡ଼ିିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ପୋଣ୍ଡି ବଜାରର ପ୍ରଦୀପ କୁମାର ତେଲୁଗୁ ଚ୍ୟାନେଲରେ ଚାକିରି କରିବା ସହ ରାତିବେଳା ରାପିଡୋରେ ମଧ୍ୟ କାମ କରୁଥିଲେ । ଡ୍ରାଇଭର କାର୍ଟିକୁ ଘଟଣାସ୍ଥଳରେ ରଖି ଫେରାର୍ ଅଛନ୍ତି । ରାସ୍ତାକଡ଼ରେ ଦାମୀ କାର୍ ରଖାଯାଇଥିବା ଦେଖି ପୋଲିସର ସନେ୍ଦହ ହୋଇଥିଲା । ଯାଞ୍ଚ କରିବା ପରେ କିଛିଦୂରରେ ପୋଲିସକୁ ପ୍ରଦୀପଙ୍କ ଗାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଉ କିଛି ଦୂର ଗଲାପରେ ପ୍ରଦୀପଙ୍କ ମୃତଦେହ ପୋଲିସର ହସ୍ତଗତ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ ଫେରାର୍ ଡ୍ରାଇଭରଙ୍କୁ ଖୋଜୁଛି ।